hindustan times
ମୁମ୍ବାଇ: ଏନ୍ଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଦ୍ବାରା ଡକାଯିବାର ଦୁଇ ଦିନ ପରେ ଅଭିନେତ୍ରୀ ଜେକ୍ଲିନ ଫର୍ଣ୍ଣାଣ୍ଡିଜ ଆଜି ଇଡି କାର୍ଯ୍ୟାଳୟରେ ହାଜର ହୋଇଥିଲେ। ଦୁଇ ଶହ କୋଟି ଟଙ୍କା ଠକେଇ ମାମଲାରେ ଅଭିଯୁକ୍ତ ଏସ୍ ଚନ୍ଦ୍ରଶେଖର ଏବଂ ଅନ୍ୟମାନଙ୍କ ସମ୍ପର୍କରେ ଇଡି ଅଧଇକାରୀମାନେ ଜେକ୍ଲିନ୍ଙ୍କୁ ପଚରାଉଚରା କରିଥିଲେ।
ରବିବାର ଦିନ ତାଙ୍କୁ ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇମିଗ୍ରେସନ କର୍ତ୍ତୃପକ୍ଷ ତାଙ୍କୁ ଇଡି ଦ୍ବାରା ଜାରି କରାଯାଇଥିବା ଏକ ଲୁକ୍ ଆଉଟ୍ ସର୍କୁଲାର ଆଧାରରେ ଦେଶ ବାହାରକୁ ଯିବାରୁ ଅଟକାଇଥିଲେ। ନିକଟରେ ଚନ୍ଦ୍ରଶେଖରଙ୍କ ବିରୋଧରେ ହୋଇଥିବା ଏକ ଚାର୍ଜସିଟରେ ଜେକ୍ଲିନଙ୍କ ସହ ତାଙ୍କର ସମ୍ପର୍କ ବିଷୟରେ ଇଡି ଉଲ୍ଲେଖ କରିଛି।
ସେ ଜେଲ୍ରେ ଥିବାବେଳେ ଅଭିନେତ୍ରୀଙ୍କୁ ୧୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଉପହାର ପଠାଇଥିଲେ। ସୂତ୍ରରୁ ଜଣାପଡ଼ିଛି, ସୁକେଶ ଜାମିନରେ ଥିବାବେଳେ ଜେକଲିନଙ୍କ ପାଇଁ ମୁମ୍ବାଇରୁ ଚେନ୍ନାଇକୁ ଏକ ଚାର୍ଟାର୍ଡ ​​ଫ୍ଲାଇଟ୍ ବୁକ୍ କରିଥିଲେ। ଇଡି ଆହୁରି ମଧ୍ୟ ସନ୍ଦେହ କରୁଛି ଯେ ସୁକେଶ ଚନ୍ଦ୍ରଶେଖର ଜଣେ ବ୍ୟବସାୟୀଙ୍କ ପତ୍ନୀଙ୍କଠାରୁ ଆଣିଥିବା ୨୦୦ କୋଟି ଟଙ୍କା ଜେକ୍ଲିନ୍ ଫର୍ଣ୍ଣାଣ୍ଡିଜଙ୍କ ନିକଟକୁ ପଠାଇ ଦେଇଛନ୍ତି।
Follow Us