ଧାର୍ମିକ ଭାବନାକୁ ଅାଘାତ ପହଞ୍ଚାଇଥିବା ଅଭିଯୋଗରେ ସମାଜସେବୀ ତଥା ଖବରକାଗଜର ସମ୍ପାଦକ ଗିରଫ

ଧାର୍ମିକ ଭାବନାକୁ ଅାଘାତ ପହଞ୍ଚାଇଥିବା ଅଭିଯୋଗରେ ସମାଜସେବୀ ତଥା ଖବରକାଗଜର ସମ୍ପାଦକ ଗିରଫ

ମଦିକେରି: କର୍ଣ୍ଣାଟକର ଜଣେ ସମାଜସେବୀ ତଥା ଏକ ଖବରକାଗଜର ସମ୍ପାଦକ ସନ୍ତୋଷ ତମୋଇହା କିଛି ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଲା ଭଳି ମନ୍ତବ୍ୟ ରଖି ଗିରଫ ହୋଇଛନ୍ତି। ନଭେମ୍ବର ୫ ତାରିଖରେ ଟିପୁ ସୁଲତାନ ଜୟନ୍ତୀ ଅବସରରେ ଗୋନିକୋପାଲଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ଖୋଲାଖୋଲି ଭାବେ ଟିପୁ ସୁଲତାନଙ୍କୁ  ନିନ୍ଦା କରିବାରୁ ତାଙ୍କୁ ଗିରଫ କରାଯାଇଛି।

ସନ୍ତୋଷଙ୍କୁ ସୋମବାର ଦିନ ତୁମକୁରରେ ଥିବା ତାଙ୍କ ବାସଭବନରୁ ଗିରଫ କରାଯାଇଛି। ପରେ ପରବର୍ତ୍ତୀ ତଦନ୍ତ ପାଇଁ ତାଙ୍କୁ ଗୋନିକୋପାଲ ପୁଲିସ୍‌ ଷ୍ଟେସନ୍‌କୁ ନିଆଯାଇଛି। କୋଡଗୁର ପ୍ରଜନ କୌଭେରି ଦ୍ୱାରା ଆୟୋଜିତ ଉତ୍ସବ ‘ଟିପୁ କରଲା ମୁଖବଲା ଅନବରାନା’(ଟିପୁ ସୁଲତାନଙ୍କ କଳାକାରନାମାର ପର୍ଦ୍ଦାଫାସ)ରେ ସନ୍ତୋଷ ଜଣେ ଭାଗିଦାରୀ ଥିଲେ।

ଅନ୍ୟ ଅତିଥିମାନଙ୍କ ଉପସ୍ଥିତିରେ ଟିପୁ ସୁଲତାନଙ୍କ ଅତ୍ୟାଚାର ସଂପର୍କରେ ସାର୍ବଜନୀନ ଭାବେ ଆଲୋଚନା କରାଯାଇଥିଲା। ଯାହାବି ହେଉ, ଆଞ୍ଚଳିକ ଖବରକାଗଜରେ ପ୍ରକାଶ ପାଇଥିବା ରିପୋର୍ଟ ମୁତାବକ ସଂଖ୍ୟାଲଘୁ ସଂପ୍ରଦାୟର ଧାର୍ମିକ ଭାବନାକୁ ଅାଘାତ ପହଞ୍ଚାଇଥିବାରୁ ସେମାନେ ସନ୍ତୋଷଙ୍କ ନାମରେ ଅଭିଯୋଗ ଆଣିଥିଲେ।

‘ଏହା ଏକ ଖୋଲା ଆଲୋଚନା। ସମସ୍ତଙ୍କ ପାଖରେ ନିଜର ମତ ବ୍ୟକ୍ତ କରିବାର କ୍ଷମତା ଅଛି। ମୋତେ ଗିରଫ କରାଯାଇ ମତ ପ୍ରକାଶ କରିବାର ଅଧିକାରକୁ ଅପମାନିତ କରାଯାଇଛି। ଏପରି ଲୋକତନ୍ତ୍ର ବିରୋଧୀ କାର୍ଯ୍ୟରେ ମୁଁ ଦୁଃଖୀ ହୋଇଛି। ଏହି ମାମଲା ନେଇ ମୁଁ ଅଦାଲତ ଯିବି’ ବୋଲି ସଂପାଦକ ସନ୍ତୋଷ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe