ନୂଆ ପାଠ୍ୟକ୍ରମ ପ୍ରସ୍ତୁତି ପାଇଁ ସର୍ଭେରେ ଭାଗ ନେବାକୁ ଶିକ୍ଷାମନ୍ତ୍ରୀଙ୍କ ନିବେଦନ

Advertisment

ଓଡ଼ିଆ ସମେତ ୨୩ଟି ଭାଷାରେ ମତାମତ ଦେଇହେବ

ଓଡ଼ିଆ ସମେତ ୨୩ଟି ଭାଷାରେ ମତାମତ ଦେଇହେବ

ନୂଆ ପାଠ୍ୟକ୍ରମ ପ୍ରସ୍ତୁତି ପାଇଁ ସର୍ଭେରେ ଭାଗ ନେବାକୁ ଶିକ୍ଷାମନ୍ତ୍ରୀଙ୍କ ନିବେଦନ

Times of India

ନୂଆଦିଲ୍ଲୀ: ଜାତୀୟ ଶିକ୍ଷାନୀତି-୨୦୨୦ (ଏନ୍‌ଇପି) ଅଧୀନରେ ଏକ ନୂଆ ପାଠ୍ୟକ୍ରମ ବିକଶିତ କରିବା ପାଇଁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନ୍ୟାସନାଲ କରିକୁଲମ୍‌ ଫ୍ରେମ୍‌ଓ୍ୱାର୍କ(ଏନ୍‌ସିଏଫ୍‌) ତଥା ଜାତୀୟ ପାଠ୍ୟକ୍ରମର ରୂପରେଖ ପାଇଁ ଆରମ୍ଭ ହୋଇଥିବା ଜନସର୍ଭେରେ ଅଂଶ ଗ୍ରହଣ କରିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।
ଜାତୀୟ ଶିକ୍ଷାନୀତିର ମାର୍ଗଦର୍ଶିକା ଅନୁସାରେ ଏକ ଗତିଶୀଳ ନ୍ୟାସନାଲ କରିକୁଲମ୍‌ ଫ୍ରେମ୍‌ଓ୍ୱାର୍କ ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିବ। ଏଥିପାଇଁ ଏକ ଗତିଶୀଳ, ସମାବେଶୀ ଓ ଭବିଷ୍ୟତବାଦୀ ଜାତୀୟ ପାଠ୍ୟକ୍ରମର ରୂପରେଖ ବିକଶିତ କରିବା ଆବଶ୍ୟକ।

ଏହାଦ୍ୱାରା ଆଗାମୀ ପିଢି ମଧ୍ୟରେ ସାଂସ୍କୃତିକ ସୁଦୃଢ଼ତାକୁ ଏକତ୍ରିତ କରିବା ସହ ବୈଶ୍ୱିକ କଳ୍ପନା ତିଆରି କରିହେବ ଏବଂ ଶିକ୍ଷାକୁ ଉପନିବେଶୀକରଣ-ମୁକ୍ତ କରି ଯୁବପିଢି ମଧ୍ୟରେ ଗୌରବର ଭାବନା ଉଜ୍ଜୀବିତ କରି ହେବ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି।

ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଜାତୀୟ ପାଠ୍ୟକ୍ରମର ରୂପରେଖ ଗଠନ ଏବଂ ପରବର୍ତ୍ତୀ ସମୟରେ ସିଲାବସ୍, ପାଠ୍ୟପୁସ୍ତକ ଏବଂ ନିର୍ଦ୍ଦେଶାବଳି ପ୍ରସ୍ତୁତ କରିବା ପାଇଁ ଅନଲାଇନ ମାଧ୍ୟମରେ ଜନସାଧାରଣଙ୍କ ପରାମର୍ଶ ଲୋଡ଼ାଯାଇଛି। ଜାତୀୟ ଏବଂ ରାଜ୍ୟସ୍ତରରେ ନ୍ୟାସନାଲ ଫୋକସ ଗ୍ରୁପ୍‌, ନ୍ୟାସନାଲ ଷ୍ଟିୟରିଂ କମିଟି, ଷ୍ଟେଟ୍ ଫୋକସ୍‌ ଗ୍ରୁପ୍‌ ଏବଂ ଷ୍ଟେଟ୍ ଷ୍ଟିୟରିଂ କମିଟି ଗଠନ କରାଯାଇଛି, ଯାହା ମାଧ୍ୟମରେ ଷ୍ଟେକ୍ ହୋଲଡରଙ୍କ ସହ ଆଲୋଚନା କରି ସେମାନଙ୍କ ମତାମତ ଲୋଡ଼ାଯିବ।

ଶିକ୍ଷକ, ସ୍କୁଲର ପ୍ରଧାନଶିକ୍ଷକ କିମ୍ବା ପ୍ରିନ୍ସିପାଲ, ଶିକ୍ଷାବିତ୍‌, ଅଭିଭାବକ, ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ ସଂଗଠନ, ବିଶେଷଜ୍ଞ, ଜନପ୍ରତିନିଧି, କଳାକାର, ଚାଷୀ ତଥା ସ୍କୁଲ ଓ ଶିକ୍ଷକଙ୍କ ଶିକ୍ଷାରେ ଆଗ୍ରହ ରଖୁଥିବା ବ୍ୟକ୍ତିବିଶେଷ ଓଡ଼ିଆ ସମେତ ୨୩ଟି ଭାଷାରେ ହେଉଥିବା ଅନଲାଇନ ସର୍ଭେରେ ଅଂଶଗ୍ରହଣ କରି ନିଜ ମତାମତ ଦେଇପାରିବେ। ଅନଲାଇନ ସାଇଟ୍ ncfsurvey.ncert.gov.inକୁ ଯାଇ ଲୋକମାନେ ନିଜର ମତାମତ ଦେଇପାରିବେ। ଶିଶୁଙ୍କ ସାମଗ୍ରିକ ବିକାଶ କରିବା ସହ ଦକ୍ଷତା ଉପରେ ଗୁରୁତ୍ୱ ଦେବା ଏବଂ ଶିକ୍ଷକଙ୍କ କ୍ଷେତ୍ରରେ ଥିବା ଗୁରୁତ୍ୱପୂର୍ଣ୍ଣ ଭୂମିକା, ମାତୃଭାଷାରେ ଶିକ୍ଷାଲାଭ ଏବଂ ସଂସ୍କୃତିର ମୂଳଦୁଆ ଉପରେ ଗୁରୁତ୍ୱ ଦେବା ନେଇ ଜାତୀୟ ପାଠ୍ୟକ୍ରମର ରୂପରେଖ ପ୍ରସ୍ତୁତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe