ପ୍ରଭାବିତ ରାଜ୍ୟ ପ୍ରସ୍ତୁତ କରିବେ ରଣନୀତି

Advertisment

ଜଙ୍ଗଲୀ ହାତୀ ସମସ୍ୟାର ନିରାକରଣ

ଜଙ୍ଗଲୀ ହାତୀ ସମସ୍ୟାର ନିରାକରଣ

ପ୍ରଭାବିତ ରାଜ୍ୟ ପ୍ରସ୍ତୁତ କରିବେ ରଣନୀତି

ନୂଆଦିଲ୍ଲୀ : ହାତୀ ସମସ୍ୟାର ନିରାକରଣ ପାଇଁ ପ୍ରଭାବିତ ରାଜ୍ୟମାନେ କେନ୍ଦ୍ର ଜଙ୍ଗଲ ଓ ପର୍ଯ୍ୟାବରଣ ମନ୍ତ୍ରାଳୟ ସହ ଆଲୋଚନା କରି ଏକ ଦୀର୍ଘକାଳୀନ ରଣନୀତି ପ୍ରସ୍ତୁତ କରିବେ। ଓଡ଼ିଶା, ଝାଡ଼ଖଣ୍ଡ ଓ ଛତିଶଗଡ଼ରେ ହାତୀମାନେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ପଶିଆସି ଧନଜୀବନ ଓ ଫସଲ ହାନି କରୁଛନ୍ତି। ଏଭଳି ସମସ୍ୟାକୁ କେନ୍ଦ୍ର ସରକାରଙ୍କ ନିକଟରେ ଅବଗତ କରାଯିବା ପରେ ଏହି ରାଜ୍ୟମାନଙ୍କ ସମସ୍ୟା ଉପରେ କେନ୍ଦ୍ର ଜଙ୍ଗଲ ଓ ପର୍ଯ୍ୟାବରଣ ମନ୍ତ୍ରାଳୟ ଗୁରତ୍ୱର ସହ ବିଚାର କରିବେ ବୋଲି ସୂଚନା ମିଳିଛି।

କେନ୍ଦ୍ର ଜଙ୍ଗଲ ଓ ପର୍ଯ୍ୟାବରଣ ମନ୍ତ୍ରାଳୟର ରିପୋର୍ଟ ମୁତାବକ, ୨୦୧୨ ଗଣନା ଅନୁସାରେ ଦେଶରେ ଜଙ୍ଗଲୀ ହାତୀଙ୍କର ସଂଖ୍ୟା ୨୯ ହଜାର ୩୯୧ରୁ ୩୦ ହଜାର ୭୧୧ ଭିତରେ ରହିଛି। ସେଥିରୁ ଓଡ଼ିଶାରେ ୧୯୩୦, ଝାଡ଼ଖଣ୍ଡରେ ୬୮୮ ଓ ଛତିଶଗଡ଼ରେ ୨୪୮ ହାତୀ ରହିଛନ୍ତି। ଝାଡ଼ଖଣ୍ଡ ଓ ଛତିଶଗଡ଼ରୁ ଜଙ୍ଗଲୀ ହାତୀ ନିୟମିତ ଓଡ଼ିଶାରେ ପଶି ଆତଙ୍କ ଖେଳାଇବା ସହ ଏକର ଏକର ଫସଲ ନଷ୍ଟ କରିଦେଉଥିବା ଅଭିଯୋଗ ହୋଇଚାଲିଛି। ଝାଡ଼ଖଣ୍ଡ ଓ ଛତିଶଗଡ଼ରେ ମଧ୍ୟ ଅନୁରୂପ ସମସ୍ୟା ରହିଛି। ହାତୀ ଉପଦ୍ରବ ରୋକିବା ପାଇଁ ତିନିଟି ଯାକ ରାଜ୍ୟ ଆଗ୍ରହୀ ଥିବାରୁ କେନ୍ଦ୍ର ଜଙ୍ଗଲ ଓ ପର୍ଯ୍ୟାବରଣ ମନ୍ତ୍ରାଳୟ ଖୁବ୍‌ଶୀଘ୍ର ତିନି ରାଜ୍ୟର ପ୍ରତିନିଧିଙ୍କୁ ଦିଲ୍ଲୀ ଡକାଇ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଏହି ତିନି ରାଜ୍ୟ ମଧ୍ୟରେ ଜଙ୍ଗଲୀ ହାତୀ ସମସ୍ୟାର ମୁକାବିଲା ପାଇଁ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ୱାକ୍ଷର କରିବାକୁ ନେଇ ମଧ୍ୟ ଆଲୋଚନା ହେବାର ସମ୍ଭାବନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe