ଜଳବାୟୁ ପରିବର୍ତ୍ତନ: ବିସ୍ଫୋରକ ପ୍ରଭାବ: ୨୦୨୨ରେ ୟୁରୋପରେ ୧୫,୭୦୦ ମରିଛନ୍ତି

Advertisment
ଜଳବାୟୁ ପରିବର୍ତ୍ତନ: ବିସ୍ଫୋରକ ପ୍ରଭାବ: ୨୦୨୨ରେ ୟୁରୋପରେ ୧୫,୭୦୦ ମରିଛନ୍ତି

ନୂଆଦିଲ୍ଲୀ : ତାପମାତ୍ରା ବୃଦ୍ଧି ବିଶ୍ବ ପାଇଁ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଛି। ରେକର୍ଡ ସବୁଜ ଗୃହ ଗ୍ୟାସ୍‌ ନିର୍ଗମନ ପାଇଁ ବିଶ୍ବବ୍ୟାପୀ ମରୁଡ଼ି, ବନ୍ୟା ଏବଂ ଗ୍ରୀଷ୍ମଲହରୀ ବଢ଼ିଛି। ଡବ୍ଲ୍ୟୁଏମ୍ଓ (ବିଶ୍ବ ପାଣିପାଗ ସଂଗଠନ)ର ବାର୍ଷିକ ରିପୋର୍ଟ ଅନୁଯାୟୀ ୨୦୨୨ରେ ୟୁରୋପରେ ମୋଟ ୧୫,୭୦୦ ଲୋକଙ୍କର ଗ୍ରୀଷ୍ମଲହରୀ ଯୋଗୁଁ ମୃତ୍ୟୁ ହୋଇଛି। ରିପୋର୍ଟରେ କୁହାଯାଇଛି ଯେ କିଛି ସ୍ଥାନରେ ୩ଟି ଗ୍ରିନ ହାଉସ ଗ୍ୟାସ୍‌ ସ୍ତର ତଥା କାର୍ବନ ଡାଇଅକ୍ସାଇଡ, ମିଥେନ ଏବଂ ନାଇଟ୍ରସ ଅକ୍ସାଇଡ୍‌ ୨୦୨୨ରେ ବଢ଼ିଯାଇଥିଲା। ମରୁଡ଼ି, ବନ୍ୟା ଏବଂ ଗ୍ରୀଷ୍ମଲହରୀ ପରି ସମସ୍ୟା‌ ବିଭିନ୍ନ ମହାଦେଶକୁ ପ୍ରଭାବିତ କରିଛି। ବିଶ୍ବ ତାପମାତ୍ରା ଗତ ୮ ବର୍ଷ ଧରି ସର୍ବାଧିକ ରହିଛି।

ଗ୍ରୀଷ୍ମଲହରୀ ପ୍ରକୋପ

publive-image News Medical

୨୦୨୨ରେ ଏହା ୧.୧୫ ଡିଗ୍ରି ‌ସେଲସିୟସ ଥିଲା। ଡବ୍ଲ୍ୟୁଏମ୍‌ଓ ମହାସଚିବ ପେଟ୍ଟେରି ତଲାସ କହ‌ିଛନ୍ତି, ଗ୍ରିନ ହାଉସ୍‌ ଗ୍ୟାସ ନିର୍ଗମନ ଲଗାତାର ବଢ଼ୁଥିବାରୁ ପାଣିପାଗ ଲଗାତାର ଭାବେ ବଦଳୁଛି ଏବଂ ଖରାପ୍‌ ପାଗ ଯୋଗୁଁ ବିଶ୍ବବ୍ୟାପୀ ଜନସଂଖ୍ୟା ପ୍ରଭାବିତ ହୋଇଛନ୍ତି। ଉଦାହରଣ ସ୍ବରୂପ ୨୦୨୨ରେ ପୂର୍ବ ଆଫ୍ରିକାରେ ଲଗାତାର ମରୁଡ଼ି ହୋଇଥିଲା। ପାକିସ୍ତାନରେ ରେକର୍ଡ ଭଙ୍ଗା ବର୍ଷା ହୋଇଥିଲା ଏବଂ ଚୀନ୍‌ ଓ ୟୁରୋପରେ ରେକର୍ଡ ଭଙ୍ଗ‌ା ଗ୍ରୀଷ୍ମଲହରୀ ପାଇଁ ହଜାର ହଜାର ଲୋକ ପ୍ରଭାବିତ ହୋଇଛନ୍ତି।

publive-image

୨୦୨୨ରେ ଭାରତ ଏବଂ ପାକିସ୍ତାନରେ ମୌସୁମୀ ଆସିବା‌ ପୂର୍ବରୁ ପ୍ରବଳ ଗ୍ରୀଷ୍ମଲହରୀ ଯୋଗୁଁ ଫସଲ ଉତ୍ପାଦନ କମିଯାଇଥିଲା। ଭାରତ ଚାଉଳ ରପ୍ତାନୀ ଉପରେ କଟକଣା ଲଗାଇଲା ଏବଂ ଗହମ ରପ୍ତାନୀ ଉପରେ ବି କଟକଣା ଲାଗିଲା। ଏହାଦ୍ବାରା ଅନ୍ତର୍ଜାତୀୟ ଖାଦ୍ୟ ବଜାର ଉପରେ ପ୍ରଭାବ ପଡ଼ିଲା। ମୌସୁମୀ ଋତୁରେ ମଧ୍ୟ ଭାରତରେ ବିଭିନ୍ନ ସ୍ଥାନରେ ବନ୍ୟା ହୋଇଛି। ବିଶେଷକରି ୨୦୨୨ ଜୁନ୍‌ରେ ଉତ୍ତରପୂର୍ବ ରାଜ୍ୟରେ ବନ୍ୟା‌ ଯୋଗୁଁ ୭୦୦ ଲୋକଙ୍କ ମୃତ୍ୟୁ ହୋଇଥିଲା ଏବଂ ବଜ୍ରାଘାତ ଯୋଗୁଁ ୯୦୦ ଲୋକଙ୍କ ମୃତ୍ୟୁ ହୋଇଥିଲା। ୟୁରୋପରେ ୨୦୨୨ରେ ଗ୍ରୀଷ୍ମଲହରୀ ଭୟଙ୍କର ସ୍ଥିତି ସୃଷ୍ଟି କରିଥିଲା। ଗ୍ରୀଷ୍ମ ଋତୁରେ ସ୍ପେନରେ ୪,୬୦୦ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଜର୍ମାନୀରେ ୪,୫୦୦, ବ୍ରିଟେନରେ ୨,୮୦୦, ଫ୍ରାନ୍ସରେ ୨,୮୦୦ ଏବଂ ପର୍ତୁଗାଲରେ ୧୦୦୦ ଲୋକଙ୍କ ମୃତ୍ୟୁ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe