ଓଡ଼ିଶା ସମେତ ପୂର୍ବ ଭାରତରେ ଇସ୍ପାତ ଉତ୍ପାଦନ ବୃଦ୍ଧି ପାଇଁ ଉଦ୍ୟମ କରାଯାଉଛି : ଧର୍ମେନ୍ଦ୍ର

Advertisment
ଆଗାମୀ ଦିନରେ ଲୋକଙ୍କ ଆସ୍ଥାଭାଜନ ହେବାକୁ ଚେଷ୍ଟା କରିବୁ: ଧର୍ମେନ୍ଦ୍ର

Business Standard

ନୂଆଦିଲ୍ଲୀ : ଓଡିଶା ସମେତ ପୂର୍ବ ଭାରତରେ ଇସ୍ପାତ ଉତ୍ପାଦନ ବୃଦ୍ଧି ପାଇଁ ନାନାବିଧ ଉଦ୍ୟମ କରାଯାଉଛି। ରାଜ୍ୟସଭାରେ ଆଜି ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ଇସ୍ପାତ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସୂଚନା ଦେଇଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଦେଶରେ ଇସ୍ପାତ ଉତ୍ପାଦନ ବୃଦ୍ଧି ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେଉଛି। ଇସ୍ପାତ ମନ୍ତ୍ରାଳୟ ପକ୍ଷରୁ ପୂର୍ବୋଦୟ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ, ପଶ୍ଚିମବଂଗ ଏବଂ ଆନ୍ଧ୍ରପ୍ରଦେଶରେ ସମନ୍ୱିତ ଷ୍ଟିଲ ହବ୍‌ଗୁଡିକର ବିକାଶ କରାଯାଉଛି। ଦେଶରେ ଇସ୍ପାତ ଉତ୍ପାଦନ ବୃଦ୍ଧି ପାଇଁ ପୂର୍ବାଞ୍ଚଳର ଏହି ରାଜ୍ୟଗୁଡିକରେ ନୂଆ ନୂଆ ଇସ୍ପାତ କାରଖାନା ପ୍ରତିଷ୍ଠା କରାଯାଉଥିବାବେଳେ ପୁରୁଣା ଇସ୍ପାତ କାରଖାନାଗୁଡିକର ବିକାଶ କରାଯାଉଛି। ସମନ୍ୱିତ ଇସ୍ପାତ କାରଖାନା ପାଖରେ ମଧ୍ୟ ଷ୍ଟିଲ କ୍ଲଷ୍ଟରମାନ ତିଆରି କରାଯାଉଛି। ବିଭିନ୍ନ ପ୍ରକାର ସାମଗ୍ରୀ ସଂଗ୍ରହ ଏବଂ ଉତ୍ପାଦିତ ଇସ୍ପାତର ବିକ୍ରିବଟା ଏବଂ ପରିବହନ ପାଇଁ ସରକାର ଗୁରୁତ୍ୱ ଦେଇ କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe