ନିର୍ବାଚିତ ସରକାରଙ୍କ କଣ୍ଠରୋଧ ଉଦ୍ୟମ କରାଯାଉଛି: ମୋଦୀ

ବିରୋଧୀଙ୍କ ଉପରେ ପ୍ରଧାନମନ୍ତ୍ରୀଙ୍କ ତୀବ୍ର ଆକ୍ରମଣ

ସବୁଠୁ କମ୍‌ ବିଜୟ ବ୍ୟବଧାନରେ ଜିତିଲେ ‌ମୋଦୀ

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ‌ପରିପ୍ରେକ୍ଷୀରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଣମାଧ୍ୟମରେ ବିବୃତି ରଖି ଦେଶର ବିକାଶ ପାଇଁ ସରକାରଙ୍କ ସହ କାମ କରିବାକୁ ବିରୋଧୀମାନଙ୍କୁ ଅନୁରୋଧ କରିଛନ୍ତି। ମୋଦୀ କହିଛନ୍ତି, ଦେଶର ସମସ୍ତ ସାଂସଦଙ୍କୁ ମୁଁ ଗୋଟିଏ ଅନୁରୋଧ କରିବାକୁ ଚାହୁଛି ଯେ ଜାନୁଆରି ପରଠାରୁ ଏଯାବତ ଆମେ ବହୁତ ଲଢ଼ିଲେ ଏବଂ ଏବେ ଏହାକୁ ଶେଷ କରିବାର ସମୟ ଆସିଛି। ଜନସାଧାରଣ ସେମାନଙ୍କ ମତ ରଖି ସାରିଛନ୍ତି। ଏବେ ଆମକୁ ଦେଶର ବିକାଶ ପାଇଁ କାମ କରିବାକୁ ପଡ଼ିବ। ଚଳିତ ଅଧିବେଶନକୁ ଫଳପ୍ରଦ କରିବାପାଇଁ ମୋଦୀ ବିରୋଧୀମାନଙ୍କ ସମର୍ଥନ ଲୋଡ଼ିଥିଲେ। ତେବେ ପୂର୍ବ ଅଧି‌ବେଶନରେ ବିରୋଧୀମାନେ ମୋଦୀଙ୍କ ଭାଷଣ ସମୟରେ ବାଧା ସୃଷ୍ଟି କରିଥିବାରୁ ‌ ମୋଦୀ ଏନେଇ ଆଜି କହିଛନ୍ତି, ସଂସଦର ପ୍ରଥମ ଅଧି‌ବେଶନରେ ଦେଶର ୧୪୦ କୋଟି ଲୋକ ନିର୍ବାଚିତ କରିଥିବା ସରକାରଙ୍କ କଣ୍ଠରୋଧ କରିବାର ଉଦ୍ୟମ ହୋଇଥିଲା।

ବିରୋଧୀଙ୍କ ଉପରେ ପ୍ରଧାନମନ୍ତ୍ରୀଙ୍କ ତୀବ୍ର ଆକ୍ରମଣ
ସଂସଦ ଦେଶ ପାଇଁ, କୌଣସି ଦଳ ପାଇଁ ନୁହେଁ

ଅଢ଼େଇ ଘଣ୍ଟା ପାଇଁ ପ୍ରଧାନମନ୍ତ୍ରୀଙ୍କ ସ୍ବର ଚାପି ଦେବାର ଉଦ୍ୟମ ହୋଇଥିଲା। କିନ୍ତୁ ଏହି ସଂସଦ ‌ଦେଶ ପାଇଁ ଏବଂ ଏହା କୌଣସି ଦଳ ପାଇଁ ନୁହେଁ ବୋଲି ମୋଦୀ କହିଛନ୍ତି। ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତିଙ୍କ ଉଦବୋଧନର ଧନ୍ୟବାଦ ପ୍ରସ୍ତାତ ବିତର୍କରେ ଭାଗ ନେବାବେଳେ ବିରୋଧୀ ସାଂସଦମାନେ ଲଗାତାର ସ୍ଲୋଗାନ ଦେଇଥିଲେ। ତେବେ ଦଳମତ ନିର୍ବିଶେଷରେ ମୋଦୀ ଆଜି ସମସ୍ତ ସାଂସଦମାନଙ୍କୁ ଅନୁରୋଧ କରି କହିଛନ୍ତି, ସେମାନେ ଏବେ ମତଭେଦକୁ ପଛରେ ରଖି ସଂସଦ ସୁରୁଖୁରୁରେ କାର୍ଯ୍ୟ କରିବା ଦିଗରେ ସହଯୋଗ କରନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe