ETHealthworld
ବେଙ୍ଗାଲୁରୁ, ଚେନ୍ନାଇ : ନୂଆ ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ଭାରତରେ ୨୯ରେ ପହଞ୍ଚିଥିବା ବେଳେ ଦେଶରେ ଟ୍ରେସିଂ ପ୍ରକ୍ରିୟା ତ୍ବରାନ୍ବିତ କରାଯାଇଛି। ମିଳିଥିବା ସୂଚନାନୁଯାୟୀ ଭାରତ ଆସି ନିଖୋଜ ହୋଇଯାଇଥିବା ବ୍ରିଟେନ୍ ଫେରନ୍ତାଙ୍କୁ ଚିହ୍ନଟ କରିବାପାଇଁ ଏକାଧିକ ରାଜ୍ୟ ସରକାର ଏବେ ସଂଘର୍ଷ ଜାରି ରଖିଛନ୍ତି। କର୍ଣ୍ଣାଟକ ୮୦ ବିଦେଶୀଙ୍କ ସମେତ ମୋଟ୍ ୧୭୫ ଯାତ୍ରୀଙ୍କ ପତ୍ତା ପାଉନଥିବା ବେଳେ ତାମିଲନାଡ଼ୁ ସରକାର ୩୬୦ ବ୍ରିଟେନ୍ ଫେରନ୍ତାଙ୍କୁ ଖୋଜି ପାଉନାହାନ୍ତି। ସେମାନଙ୍କ ମଧ୍ୟରୁ ସମସ୍ତେ ଚେନ୍ନାଇ ଏବଂ ଚେଙ୍ଗଲପଟ୍ଟୁର। ଡିସେମ୍ବର ୨୧ରୁ ତାମିଲନାଡ଼ୁକୁ ବ୍ରିଟେନ୍ରୁ ପ୍ରାୟ ୨,୩୦୦ ଯାତ୍ରୀ ଫେରିଛନ୍ତି ଏବଂ ରାଜ୍ୟ ସରକାର ସେମାନଙ୍କ ମଧ୍ୟରୁ ୧୯୩୬ ଜଣଙ୍କୁ ଚିହ୍ନଟ କରିଛନ୍ତି। ସମସ୍ତଙ୍କ ଆର୍ଟିପିସିଆର ଟେଷ୍ଟ୍ କରାଯାଇଛି। ସେମାନଙ୍କ ମଧ୍ୟରୁ ୨୪ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି। ରାଜ୍ୟ ସ୍ବାସ୍ଥ୍ୟ ସଚିବ ଜେ ରାଧାକ୍ରୀଷ୍ଣନ୍ କହିଛନ୍ତି, ଯାତ୍ରୀମାନେ ଭୁଲ୍ ଠିକଣା ଦେଇଥିବାରୁ ଟ୍ରେସିଂ ପ୍ରକ୍ରିୟାରେ ବାଧା ଉପୁଜିଛି।
Follow Us