ବୃନ୍ଦାବନରେ ଅଣ୍ଡା ବିକ୍ରି ବନ୍ଦ, ଆମିଷାହାର ଓ ମଦ୍ୟପାନ ନିଷେଧ

Advertisment
ବୃନ୍ଦାବନରେ ଅଣ୍ଡା ବିକ୍ରି ବନ୍ଦ, ଆମିଷାହାର ଓ ମଦ୍ୟପାନ ନିଷେଧ

ଲକ୍ଷ୍ନୌ: ଯୋଗୀ ଆଦିତ୍ୟନାଥଙ୍କ ସରକାର ନିକଟରେ ଧର୍ମସ୍ଥଳୀକୁ ନେଇ କରିଛନ୍ତି ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା। ଉତ୍ତର ପ୍ରଦେଶର ଅନ୍ୟତମ ପ୍ରମୁଖ ଧର୍ମସ୍ଥଳୀ ବୃନ୍ଦାବନ ଏବଂ ରାଧାଙ୍କ ଜନ୍ମସ୍ଥାନ ବର୍ଷାଣାକୁ ପର୍ଯ୍ୟଟନସ୍ଥଳୀ ଭାବେ ଘୋଷଣା କରିଛନ୍ତି। ଏହି ଦୁଇ ସ୍ଥଳକୁ ପବିତ୍ର ତୀର୍ଥସ୍ଥଳୀର ମାନ୍ୟତା ଦିଆଯାଇ ଏଠାରେ ଅଣ୍ଡା ଓ ଅନ୍ୟାନ ଆମିଷ ଖାଦ୍ୟର ବ୍ୟବହାର ଉପରେ ନିଷେଧାଦେଶ ଜାରି କରାଯାଇଛି। ଏଥିସହ ମଦ୍ୟପାନ ଉପରେ ମଧ୍ୟ ଅଙ୍କୁଶ ଲଗାଯାଇଛି। ଆସନ୍ତା ନଭେମ୍ବର ୨୨ ତାରିଖରେ ହେବାକୁ ଥିବା ନଗର ନିଗମ ନିର୍ବାଚନ ପରିପ୍ରେକ୍ଷୀରେ ଏଭଳି ନିଷ୍ପତ୍ତି ଆସିଛି।

ମଥୁରାର ବୃନ୍ଦାବନ ହେଉଛି ଭଗବାନ ଶ୍ରୀକୃଷ୍ଣ ଏବଂ ତାଙ୍କ ବଡ଼ ଭାଇ ବଳରାମଙ୍କ ଜନ୍ମସ୍ଥାନ। ବୃନ୍ଦାବନ ଓ ମଥୁରା ବିଶ୍ୱ ପ୍ରସିଦ୍ଧ ସ୍ଥାନ। ସେହିପରି ବର୍ଷାଣା ହେଉଛି ରାଧାଙ୍କର ଜନ୍ମସ୍ଥାନ। ପ୍ରତିଦିନ ଲକ୍ଷ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁ ଏଠାକୁ ପୂଜାର୍ଚ୍ଚନା ଲାଗି ଆସିଥାଆନ୍ତି। ଧାର୍ମିକ ଓ ଐତିହାସିକ ଦୃଷ୍ଟିରୁ ଏଇ ଦୁଇ ସ୍ଥାନକୁ ପବିତ୍ର ତୀର୍ଥସ୍ଥଳି ଭାବେ ଘୋଷଣା କରାଯାଇଛି ବୋଲି ଉତ୍ତରପ୍ରଦେଶ ସରକାରଙ୍କର ଏକ ପ୍ରେସ୍‌ ଇସ୍ତାହାରରେ କୁହାଯାଇଛି।

ବୃନ୍ଦାବନ ଓ ବର୍ଷାଣା ମଥୁରା ଜିଲ୍ଲାରେ ଅବସ୍ଥିତ। ନିକଟରେ ଏଇ ଦୁଇ ସ୍ଥଳୀର ବିକାଶ ଲାଗି ମଥୁରା-ବୃନ୍ଦାବନ ନଗର ନିଗମ ଗଠନ କରାଯାଇଛି। କେନ୍ଦ୍ର ସରକାର ନିକଟରେ ୩୫୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି ଅର୍ଥରେ ବୃନ୍ଦାବନ ଓ ବର୍ଷାଣାରେ ସ୍ୱରେଜ୍‌ ଟି୍ରଟ୍‌ମେଣ୍ଟ୍‌ ପ୍ଲାଣ୍ଟ୍‌ ନିର୍ମାଣ ହେବ। ଉତ୍ତର ପ୍ରଦେଶର ଧାର୍ମିକ ବ୍ୟାପାର ମନ୍ତ୍ରୀ ଲକ୍ଷ୍ମୀ ନରାୟଣ ଚୌଧୁରୀ ଏହି ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ କି ବୃନ୍ଦାବନରୁ ମଥୁରାର ଦୂରତ୍ୱ ପ୍ରାୟ ୧୧ କିଲୋମିଟର ଏବଂ ଏହି ଅଞ୍ଚଳରେ ୫,୦୦୦ରୁ ଊର୍ଧ୍ୱ ମନ୍ଦିର ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe