ଇଦ୍‌-ଉଲ୍‌-ଫିତ୍‌ର ଉପଲକ୍ଷେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

Advertisment
ଇଦ୍‌-ଉଲ୍‌-ଫିତ୍‌ର ଉପଲକ୍ଷେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ଶୁକ୍ରବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ଚାନ୍ଦ ଦେଖାଯିବା ପରେ ଆଜି ସମଗ୍ର ଦେଶରେ ପାଳିତ ହେଉଛି ବହୁ ପ୍ରତୀକ୍ଷିତ ଇଦ୍‌-ଉଲ୍‌-ଫିତ୍‌ର।

ରମ୍‌ଜାନ୍‌ ମାସର ୩୦ ଦିନିଆ ଉପବାସର ଅବସାନ ଘଟାଇ ଇଦ୍‌-ଉଲ୍‌-ଫିତ୍‌ର ପାଳନ କରାଯାଏ। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟର୍‌ ଯୋଗେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଟୁଇଟର୍‌ ଯୋଗେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶବାସୀଙ୍କ ମଧ୍ୟରେ ପାରସ୍ପରିକ ଶୁଭେଚ୍ଛା ଓ ଆନନ୍ଦ ଆଶା କରିଛନ୍ତି। ଦେଶବାସୀଙ୍କୁ, ବିଶେଷ କରି ଭାରତ ଏବଂ ବିଦେଶରେ ଥିବା ମୁସଲମାନ ଭାଇଭଉଣୀଙ୍କୁ ଇଦ୍‌ ମୁବାରକ୍‌। ଏଇ ଶୁଭବେଳା ଆପଣମାନଙ୍କ ପରିବାରକୁ ଆନନ୍ଦ ଆଣୁ, ସମାଜରେ ଭ୍ରାତୃତ୍ୱ, ବୁଝାମଣା, ଏବଂ ପାରସ୍ପରିକ ଶୁଭେଚ୍ଛା ବୃଦ୍ଧି କରୁ।

ପ୍ରଧାନମନ୍ତ୍ରୀ ମଧ୍ୟ ସାମାଜିକ ଗଣମାଧ୍ୟମରେ ତାଙ୍କର ଶୁଭେଚ୍ଛା ବାର୍ତ୍ତା ଉଲ୍ଲେଖ କରିଛନ୍ତି। ସମାଜରେ ଏକତା ଓ ସହାବସ୍ଥାନ ନିବିଡ଼ ହେଉ ବୋଲି ସେ କହିଛନ୍ତି। ଇଦ୍‌ ମୁବାରକ୍‌! ଆଜି ଭଳି ଦିନ ଆମ ସମାଜରେ ଏକତା ଏବଂ ସହାବସ୍ଥାନ ବନ୍ଧକୁ ନିବିଡ଼ କରୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe