ଦୁଇଚକିଆ ରାସ୍ତାରେ ଟ୍ରକ୍‌ ମାଡ଼ି ଯିବାରୁ ନିୟୁୟର୍କରେ ଆଠ ମୃତ; ଆତଙ୍କବାଦୀ କାର୍ଯ୍ୟ ବୋଲି କହିଲେ ମେୟର୍‌

ଦୁଇଚକିଆ ରାସ୍ତାରେ ଟ୍ରକ୍‌ ମାଡ଼ି ଯିବାରୁ ନିୟୁୟର୍କରେ ଆଠ ମୃତ; ଆତଙ୍କବାଦୀ କାର୍ଯ୍ୟ ବୋଲି କହିଲେ ମେୟର୍‌

Image Courtesy of HT

ନିୟୁୟର୍କ: ମଙ୍ଗଳବାର ଦିନ ଓ୍ଵାର୍ଲଡ୍‌ ଟ୍ରେଡ୍‌ ସେଣ୍ଟର୍‌ ସ୍ମାରକୀ ନିକଟସ୍ଥ ଏକ ବ୍ୟସ୍ତବହୁଳ ଦୁଇଚିକିଆ ଯାନ ନିମନ୍ତେ ଉଦ୍ଦିଷ୍ଟ ରାସ୍ତାରେ ଜଣେ ବ୍ୟକ୍ତି ଭଡ଼ାରେ ଅଣାଯାଇଥିବା ଗୋଟିଏ ପିକ୍‌ଅପ୍‌ ଟ୍ରକ୍‌କୁ ଆଖିବୁଜା ଚଳାଇ ପଥଚାରୀ ଏବଂ ସାଇକେଲ୍‌ ଆରୋହୀଙ୍କୁ ନିହତ କରିଛି। ଅତି କମ୍‌ରେ ଆଠ ଜଣ ବ୍ୟକ୍ତି ପ୍ରାଣ ହରାଇବା ସହ ୧୧ ଜଣ ସାଙ୍ଘାତିକ ଆହତ ହୋଇଥିବା ଏହି କାଣ୍ଡକୁ ଆତଙ୍କବାଦର ଏକ ବିଶେଷ କାପୁରଷ କାର୍ଯ୍ୟ ବୋଲି ମେୟର୍‌ କହିଛନ୍ତି।

ଆରବୀୟ ଭାଷାରେ ‘ଆହ୍ଲା ହୋ ଅକ୍‌ବର’ ଉଚ୍ଚାରଣ ପୂର୍ବକ ସେ ବ୍ୟକ୍ତି ଦୁଇଟି ନକଲି ପିସ୍ତଲ ଧରି ଟ୍ରକ୍‌ରୁ ଡେଇଁ ଯାଉଥିବା ବେଳେ ପୁଲିସ ତା’ ପେଟକୁ ଗୁଳି ମାରିଥିଲା ବୋଲି କର୍ତ୍ତୃପକ୍ଷମାନେ କହିଛନ୍ତି। ସେ ଲୋକଟିର ଅସ୍ତ୍ରୋପଚାର କରାଯାଇଛି ଏବଂ ସେ ସାଙ୍ଘାତିକ ଅବସ୍ଥାରେ ଥିଲେ ମଧ୍ୟ ବଞ୍ଚିବ ବୋଲି ଆଶା କରାଯାଉଛି।

publive-image Image Courtesy of The Guardian

ଉଜ୍‌ବେକ୍‌ସ୍ଥାନ୍‌ରୁ ଆସି ୨୦୧୦ ଆଇନଗତ ଭାବେ ଆମେରିକାରେ ବସବାସ କରୁଥିବା ୨୯ ବର୍ଷିୟ ଆକ୍ରମଣକାରୀଙ୍କର ନାମ ସୟଫୁଲ୍ଲୋ ସାଇପୋଭ୍‌ ବୋଲି ନିଜ ନାମ ଗୋପନ ରଖିଥିବା ଅଧିକାରୀମାନେ କହିଛନ୍ତି। ତାଙ୍କ ପାଖରେ ଏକ ଫ୍ଲୋରିଡା ଡ୍ରାଇଭର୍ସ ଲାଇସେନ୍‌ସ୍‌ ଅଛି, କିନ୍ତୁ ସେ ବୋଧହୁଏ ନିୟୁ ଜର୍ସିରେ ବସବାସ କରୁଛନ୍ତି।

ସେ ଭଡ଼ାରେ ଅଣାଯାଇଥିବା ଏକ ମାଇଲ୍‌ର ଦଶ ଭାଗରୁ ଆଠ ଭାଗ ଲମ୍ବ ହୋମ୍‌ ଡିପୋ ଟ୍ରକ୍‌କୁ ଦ୍ୱିଚକିଆ ଯାନ ନିମନ୍ତେ ଉଦ୍ଦିଷ୍ଟ ରାସ୍ତାରେ ଚଳାଇ ଗୋଟିଏ କ୍ଷୁଦ୍ର ହଳଦିଆ ସ୍କୁଲ୍‌ ବସ୍‌ ସହ ଧକ୍କା କରିଥିଲେ। ଭୟାର୍ତ୍ତ କୋଳାହଳ ଏବଂ ପୁଲିସର ବନ୍ଧୁକ ଫୁଟା ଶବ୍ଦ ଆଖପାଖରେ ଛାନିଆ ପରିସ୍ଥିତି ସୃଷ୍ଟି କରିଥିଲା। ପରେ ପରେ ସେ ପଥର ଆଚ୍ଛାଦିତ ରାସ୍ତାରେ ସାଇକେଲ୍‌ ଏବଂ ମୃତଦେହ ଏଣେ ତେଣେ ବିଛାଡ଼ି ହୋଇ ପଡ଼ିଥିବାର ଦେଖା ଯାଇଥିଲା। ଅବିଳମ୍ବେ ସେ ଶବଗୁଡ଼ିକୁ ଚାଦରରେ ଢାଙ୍କି ଦିଆଯାଇଥିଲା।

publive-image Image Courtesy of ABC News

ମୁଁ ସେଠାରେ ଗୁଡ଼ାଏ ରକ୍ତ ଦେଖିଲି। ଗୁଡ଼ାଏ ଲୋକ ଭୂଇଁରେ ପଡ଼ିଥିଲେ ବୋଲି କହନ୍ତି ଚେନ୍‌ ୟି ନାମଧ୍ୟେୟ ଜଣେ ଉବର୍‌ ଡ୍ରାଇଭର୍‌।
ଇଉଜିନ୍‌ ଡଫି ନାମଧ୍ୟେୟ ଓ୍ଵାଟର୍‌ଫ୍ରଣ୍ଟ୍‌ ରେସ୍ତୋରାଁର ଜଣେ ପାଚକ କହନ୍ତି: ବହୁତ ପୁଲିସ ଆସିଲେ ମଧ୍ୟ ସେମାନେ ଜାଣି ପାରୁ ନ ଥିଲେ କ’ଣ ଘଟିଛି। ଲୋକେ ଆର୍ତ୍ତ ଚିତ୍କାର କରୁଥିଲେ। ସବୁଠୁ ବଡ଼ ପାଟିରେ ଚିତ୍କାର କରୁଥିଲେ ମହିଳାମାନେ।

ଆର୍ଜେଣ୍ଟିନାର ବୈଦେଶିକ ମନ୍ତ୍ରୀ କହିଛନ୍ତି ମୃତବ୍ୟକ୍ତିଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ଅଛନ୍ତି ଆର୍ଜେଣ୍ଟିନାର ନାଗରିକମାନେ।

ହଡ୍‌ସନ୍‌ ନଈ ଧାରେ ଧାରେ ତଳ ମାନ୍‌ହାଟନ୍‌ର ପଶ୍ଚିମ ପଟରେ ଥିବା ରାସ୍ତାଘାଟକୁ ପୁଲିସ ବନ୍ଦ କରିଛି। ଲୋକେ ହଲୋଓ୍ଵିନ୍‌ ଉତ୍ସବ ପାଇଁ ସଜବାଜ ହେଉଥିବାବେଳେ ଅଧିକାରୀମାନେ ଆଖପାଖରେ ଧାଁ ଧପଡ଼ କରୁଥିଲେ।

publive-image Image Courtesy of Business Insider

ପୁଲିସର ଏକ ବମ୍‌ ସ୍କ୍ଵାଡ୍‌ ଟ୍ରକ୍‌ଟିକୁ ଯାଞ୍ଚ କରି ଥିଲେ ମଧ୍ୟ କୌଣସି ବିସ୍ଫୋରକ ସାମଗ୍ରୀ ପାଇ ନ ଥିଲେ।

ଏହା ଏକ ଆତଙ୍କବାଦୀ କାର୍ଯ୍ୟ, ବିଶେଷ କରି ନିଜ ନିଜ ଜୀବନଯାତ୍ରାରେ ବ୍ୟସ୍ତ ଥିବା ନିରୀହ ନାଗରିକଙ୍କୁ ଆକ୍ରମଣ କରୁଥିବାରୁ ଏହା ଆତଙ୍କବାଦୀଙ୍କର କାପୁରୁଷ କାର୍ଯ୍ୟକଳାପ। ତାଙ୍କୁ କେହି ଯେ ଆକ୍ରମଣ କରୁଛି ଏ କଥା ଥିଲା ସାଧାରଣ ନାଗରିକମାନଙ୍କର କଳ୍ପନାତୀତ ବୋଲି କହିଛନ୍ତି ମେୟର୍‌ ବିଲ୍‌ ଡି ବ୍ଲାସିଓ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe