ଲକ୍‌ଡାଉନ୍‌ ସତ୍ତ୍ବେ ସାଂଘାଇରେ ଆଠ ମୃତ

Advertisment
ଲକ୍‌ଡାଉନ୍‌ ସତ୍ତ୍ବେ ସାଂଘାଇରେ ଆଠ ମୃତ

Image Courtesy of OneIndia

ବେଜିଂ, ୨୧/୪: ଚୀନ୍‌ର ଆର୍ଥିକ ହବ୍ କୁହାଯାଉଥିବା ସାଂଘାଇରେ ଲକଡାଉନ୍ ‌ଘୋଷଣା କରାଯାଇଛି। ସହରରେ ଆହୁରି ଆଠ ଜଣଙ୍କ ମୃତ୍ୟୁ ଏବଂ ୧୫,୮୬୧ନୂଆ ସଂକ୍ରମଣ ମାମଲା ରିପୋର୍ଟ ହୋଇଛି। ଡେପୁଟି ଗଭର୍ଣ୍ଣର ଝାଙ୍ଗ ଜିତୋଙ୍ଗ କହିଛନ୍ତି, ଦୋକାନୀମାନଙ୍କ ପାଇଁ ଦୋକାନ ବଜାର ବନ୍ଦ ରହିବ। ବିନା ଅନୁମତିରେ ରାସ୍ତାରେ ଯାନବାହନ ଚଳାଚଳ ପାଇଁ ଅନୁମତି ଦିଆଯିବ ନାହିଁ। କେତେକ ସହରରେ ପ୍ରତ୍ୟେକ ଦିନ କେବଳ ଜଣେ ବ୍ୟକ୍ତିଙ୍କୁ ଘରୁ ବାହାରକୁ ଯିବାକୁ ଅନୁମତି ଦିଆଯିବ। ସାଂଘାଇ ବ୍ୟତୀତ ଅନ୍ୟ ୧୭ଟି ପ୍ରାଦେଶିକ ସ୍ତରୀୟ ଅଞ୍ଚଳରେ କୋଭିଡ୍‌-୧୯ର ନୂଆ ସଂକ୍ରମଣ ମାମଲା ବୃଦ୍ଧି ପାଇଥିବା ରିପୋର୍ଟ ହୋଇଛି। ବୁଧବାର ମୃତ୍ୟୁବରଣ କରିଥିବା ଆଠ ଜଣଙ୍କର ହାରାହାରି ବୟସ ୭୭ ବର୍ଷରୁ ଅଧିକ ଥିଲା।

ନଗର କର୍ତ୍ତୃପକ୍ଷ କହିଛନ୍ତି, ମୃତକମାନେ ମାଲିଗାଣ୍ଟ ଟ୍ୟୁମର ଏବଂ ଉଚ୍ଚ ରକ୍ତଚାପ ଭଳି ସ୍ବା‌ସ୍ଥ୍ୟଗତ ସମସ୍ୟାରେ ପୀଡ଼ିତ ଥିଲେ। ଗତ ଚାରି ଦିନ ମଧ୍ୟରେ କୋଭିଡ୍‌-୧୯ ମୃତ୍ୟୁସଂଖ୍ୟା ୨୫ରେ ପହଞ୍ଚିଛି। ଏହା ଏକ ଆଶ୍ଚର୍ଯ୍ୟଜନକ କଥା। କାରଣ ମାର୍ଚ୍ଚରୁ ସହରରେ ୨୦୦,୦୦୦ରୁ ଅଧିକ ମାମଲା ରୁଜୁ ହୋଇଛି। ଗତ ମାସରୁ କିଛି ସ୍ଥାନୀୟ ଅଞ୍ଚଳ ବନ୍ଦ ରହିଥିଲା। ଯୋଗାଣ ଓ ଔଷଧର ଅଭାବ, ବୃଦ୍ଧମାନଙ୍କ ଚିକିତ୍ସା ଏବଂ କେତେକଙ୍କୁ ସେମାନଙ୍କ ଇଚ୍ଛା ବିରୋଧରେ ସେଣ୍ଟ୍ରାଲାଇଜ୍‌ଡ କ୍ବାରେଣ୍ଟିନ୍‌ ଜୋନ୍‌କୁ ନିଆଯାଉଥିବା ଅଭିଯୋଗ ହୋଇଥିଲା। ଅଧିକାରୀମାନେ କିଛି ପ୍ରତିବନ୍ଧକ ହଟାଇବାକୁ ଘୋଷଣା କରିଥିଲେ ମଧ୍ୟ କିଛି ବାସିନ୍ଦା ଅନଲାଇନରେ ଅଭିଯୋଗ କରିଥିଲେ ଯେ ନୀତିନିୟମ ଏବଂ କାର୍ଯ୍ୟକାରୀତା ମଧ୍ୟରେ ଅସଙ୍ଗତି ଥିବାରୁ ନିର୍ମାଣ ଶ୍ରମିକମାନେ ସେମାନଙ୍କ ଆପାର୍ଟମେଣ୍ଟର ଅଟ୍ଟାଳିକା ଉପରେ ପ୍ରତିବନ୍ଧକ ସୃଷ୍ଟି କରିବାକୁ ଆସିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe