ତାମିଲନାଡୁ: ବସ୍‌ ଡିପୋର ଛାତ ଭୁଶୁଡ଼ି ଆଠ ମୃତ

Advertisment
ତାମିଲନାଡୁ: ବସ୍‌ ଡିପୋର ଛାତ ଭୁଶୁଡ଼ି ଆଠ ମୃତ

Photo Courtesy of The News Minute

ନାଗାପଟ୍ଟିନମ୍‌: ଶୁକ୍ରବାର ପ୍ରତ୍ୟୁଷରେ ନାଗାପଟ୍ଟିନମ୍‌ ଜିଲ୍ଲା ଅନ୍ତର୍ଗତ ପୋରାୟାର ଠାରେ ଥିବା ତାମିଲନାଡୁ ରାଜ୍ୟ ପରିବହନ ନିଗମର ଏକ ୪୦ ବର୍ଷ ପୁରୁଣା କୋଠାଘରର ଛାତର କିଛି ଅଂଶ ଭୁଶୁଡ଼ି ପଡ଼ିବାରୁ ଅନ୍ୟୂନ ଆଠ ଜଣ ଲୋକଙ୍କର ମୃତ୍ୟୁ ହେବା ସହ ଅନ୍ୟ ତିନି ଜଣ ସାଙ୍ଘାତିକ ଆହତ ହୋଇଛନ୍ତି।

ମୃତାହତ ଲୋକମାନେ ହେଉଛନ୍ତି ବସ୍‌ ଡ୍ରାଇଭର୍‌ ଏବଂ କଣ୍ଡକ୍ଟର୍‌ ବୋଲି ପୁଲିସ କହିଛି। ଡିୟୁଟି ପରେ ସେମାନେ ସେଠାରେ ବିଶ୍ରାମ ନେଉଥିଲେ।

ପାହାନ୍ତା ପ୍ରାୟ ସାଢ଼େ ତିନିଟା ବେଳେ ଛାତ ଭୁଶୁଡ଼ି ପଡ଼ିଥିଲା।

ମୃତ ଲୋକମାନେ ହେଲେ ମୁନ୍ନିୟାପାନ, ଚନ୍ଦ୍ରଶେଖର, ପ୍ରଭାକର, ରାମଲିଙ୍ଗମ୍‌, ମଣିବନ୍ନନ, ଧନପାଳ, ଅନବରସନ ଏବଂ ବାଲୁ।

ଆହତମାନେ ହେଉଛନ୍ତି ଭେଙ୍କଟେସନ, ସେନ୍ତିଲ ଏବଂ ପ୍ରେମକୁମାର। ସେମାନଙ୍କୁ ନାଗାପଟ୍ଟିନମ୍‌ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପୋରିୟାର୍‌ ପୁଲିସ, ଦମକଳବାହିନୀ, ନାଗାପଟ୍ଟିନମ୍‌ ଓ ମାୟିଲାଦୁତୁରାଇର ଉଦ୍ଧାରକାରୀ ଦଳର ଅଧିକାରୀମାନେ ଉଦ୍ଧାର ଅଭିଯାନରେ ସମ୍ପୃକ୍ତ ଅଛନ୍ତି।
ପୁଲିସ କହିଛି, ଗତ ଦୁଇ ଦିନ ହେବ ପୋରିୟାର୍‌ରେ ଦୁଇ ହେଉଥିବା ବର୍ଷା କାରଣରୁ କୋଠାଘରଟି ଦୁର୍ବଳ ହୋଇ ପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe