Image Courtesy of South China Morning Post
ନ୍ୟୁୟର୍କ: ୨୦୧୯ ବର୍ଷରେ ୨୬ ନିୟୁତ ଆମେରିକୀୟ ଡଲାର୍ ବା ୨.୬ କୋଟି ଟଙ୍କା ଆୟ କରି ୮ ବର୍ଷିୟ ରିୟାନ୍ କାଜି ୟୁଟ୍ୟୁବ୍ ପ୍ଲାଟ୍ଫର୍ମର ସର୍ବାଧିକ ଉପାର୍ଜ୍ଜନକାରୀ ହୋଇଥିବା କଥା ବୁଧବାର ଦିନ ଫୋର୍ବସ୍ ପତ୍ରିକା ପ୍ରସ୍ତୁତ ତାଲିକାରେ ପ୍ରକାଶ ପାଇଛି।
କାଜି ନାମରେ ଜଣାଶୁଣା ସେ ବାଳକର ପ୍ରକୃତ ନାଁ ହେଉଛି ରିୟାନ୍ ଗୁଆନ୍। ୨୨ ନିୟୁତ ଡଲାର ଉପାର୍ଜ୍ଜନ କରି ୨୦୧୮ ବର୍ଷରେ ବି ସେ ୟୁଟ୍ୟୁବ୍ରୁ ସବୁଠୁ ଅଧିକ ଅର୍ଥ ପାଇ ରେକର୍ଡ କରିଥିଲେ।
୨୦୧୫ରେ ରିୟାନ୍ର ପିତାମାତା ତା’ର ଚାନେଲ୍ ‘ରିୟାନ୍ସ୍ ଓ୍ଵାର୍ଲଡ୍’ର ଶୁଭାରମ୍ଭ କରାଇଥିଲେ। ସେତେବେଳ ଏହି ଚାନେଲ୍ର ନାଁ ଥିଲା ‘ରିୟାନ୍ ଟଏଜ୍ ରିଭିଉ’। ରିୟାନ୍ ଖୋଳରୁ ବିଭିନ୍ନ କଣ୍ଢେଇ ବାହାର କରି ସେଥିରେ ଖେଳାଖେଳି କରୁଥିବା ଦୃଶ୍ୟର ଭିଡିଓ ଏଥିରେ ପୋଷ୍ଟ୍ କରାଯାଉଥିଲା। ଏବେ ସେଥିରେ ଶିକ୍ଷାସମ୍ବନ୍ଧୀୟ ଭିଡିଓ ପୋଷ୍ଟ୍ କରାଯାଉଛି।
Image Source: NDTVଏ ବର୍ଷ ‘ରିୟାନ୍ସ୍ ଓ୍ଵାର୍ଲଡ୍’ ଟପିଯିବାକୁ ବସିଥିବା ଟେକ୍ସାସ୍ର ଦଳେ ସାଙ୍ଗ କରିଥିବା ଚାନେଲ୍ ‘ଡ୍ୟୁଡ୍ ପର୍ଫେକ୍ଟ୍’ ୟୁଟ୍ୟୁବ୍ ଆୟ ଆଧାରରେ ଦ୍ୱିତୀୟ ସ୍ଥାନରେ ରହିଛି। ଏ ଚାନେଲ୍ର ଆୟ ହେଉଛି ୨୦ ନିୟୁତ ଡଲାର୍।
ତୃତୀୟ ସ୍ଥାନରେ ରହିଛି ରୁଷ୍ର ପାଞ୍ଚ ବର୍ଷୀୟ ବାଳିକା ଆନାସ୍ତାସିଆ ରାଦ୍ଜିନ୍ସ୍କାଇଆଙ୍କ ଚାନେଲ୍ ‘ଲାଇକ୍ ନାସ୍ତିୟା ଭ୍ଲୋଗ୍’। ଏହି ଚାନେଲ୍ ୧୮ ନିୟୁତ ଡଲାର୍ ଆୟ କରିଛି।
Follow Us