ଗୀର ଅଭୟାରଣ୍ୟରେ ୧୮ ସିଂହ ନିଖୋଜ, ହଜାର ହଜାର ପକ୍ଷୀ ମୃତ

ଗୀର ଅଭୟାରଣ୍ୟରେ ୧୮ ସିଂହ ନିଖୋଜ, ହଜାର ହଜାର ପକ୍ଷୀ ମୃତ

The Hindu

ଅହମଦାବାଦ(ଗୁଜରାଟ): ଆରବସାଗରରେ ସୃଷ୍ଟ ମହାବାତ୍ୟା ତୌକ୍‌ତେ ଗୁଜରାଟର ବଣ୍ୟପ୍ରାଣୀ ସମ୍ପଦ ଉପରେ ମଧ୍ୟ ନିଜର ଧ୍ବଂସକାରୀ ବିଭୀଷିକା ରଚାଇଛି। ବାତ୍ୟାରେ ଭୀଷଣ ଭାବେ ପ୍ରଭାବିତ ହୋଇଥିବା ଗୁଜରାଟର ଆମରେଲି, ଗୀର ସୋମନାଥ ଓ ଭାବନଗର ଆଦି ଉପକୂଳ ଜିଲ୍ଲାରେ ଅତି କମ୍‌ରେ ୧୮ଟି ସିଂହ ନିଖୋଜ ହୋଇଥିବା ଜଣାଯାଇଛି। ଏହି ତିନି ଜିଲ୍ଲାରେ ମୋଟ ୪୦ଟି ସିଂହ ବସବାସ କରୁଥିବା ବେଳେ ବାତ୍ୟାରେ ଏତେ ସଂଖ୍ୟକ ନିଖୋଜ ହେବା ଘଟଣା ଜନ୍ତୁପ୍ରେମୀ ଓ ପରିବେଶବିତ୍‌ଙ୍କୁ ବ୍ୟଥିତ କରିଛି। ଏହି ନିଖୋଜ ସିଂହଗୁଡ଼ିକ ଜଳର ପ୍ରବଳ ସ୍ରୋତରେ ଭାସିଯାଇଥିବାର ଅନେକ ଆଶଙ୍କା ରହିଥିବା ବେଳେ ସେମାନେ କାଳେ କେଉଁଠି ଉଚ୍ଚ ସ୍ଥାନରେ ଆଶ୍ରୟ ନେଇପାରିଥାନ୍ତି ବୋଲି ଜଣେ ବରିଷ୍ଠ ବଣ୍ୟପ୍ରାଣୀ ଅଧିକାରୀ ଆଶା ରଖିଛନ୍ତି। ଏହି ଝଡ଼ରେ ଗୀର ଅଭୟାରଣ୍ୟରେ ହଜାର ହଜାର ପକ୍ଷୀ ଶାବକ ମରି ପଡ଼ିଥିହା ଦେଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe