ଅଷ୍ଟମ ଜି-୨୦ ସମ୍ମିଳନୀ: ଜଳବାୟୁ ପରିବର୍ତ୍ତନ, କୋଭିଡ୍‌ ପ୍ରସଙ୍ଗରେ ଆଲୋଚନା

Advertisment

ଜଳବାୟୁ ପରିବର୍ତ୍ତନ, କୋଭିଡ୍‌ ପ୍ରସଙ୍ଗରେ ଆଲୋଚନା

ଜଳବାୟୁ ପରିବର୍ତ୍ତନ, କୋଭିଡ୍‌ ପ୍ରସଙ୍ଗରେ ଆଲୋଚନା

ଅଷ୍ଟମ ଜି-୨୦ ସମ୍ମିଳନୀ: ଜଳବାୟୁ ପରିବର୍ତ୍ତନ, କୋଭିଡ୍‌ ପ୍ରସଙ୍ଗରେ ଆଲୋଚନା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଇଟାଲୀର ରୋମ୍‌ରେ ଜି-୨୦ ସମ୍ମିଳନୀରେ ଯୋଗ ଦେଇଛନ୍ତି। କରୋନା ମହାମାରୀ ଭିତରେ ଏହା ପ୍ରଥମ ପ୍ରତ୍ୟକ୍ଷ ଜି-୨୦ ସମ୍ମିଳନୀ। ବିଶ୍ବର ପ୍ରମୁଖ ୨୦ ରାଷ୍ଟ୍ରର ନେତାମାନେ ବୈଠକରେ ଯୋଗ ଦେଇଛନ୍ତି। ଜଳବାୟୁ ପରିବର୍ତ୍ତନ, ଆର୍ଥିକ ସ୍ଥିତିରେ ସୁଧାର, ଓ ମହାମାରୀ ମୁକାବିଲା ସଂକ୍ରାନ୍ତରେ ବୈଠକରେ ଆଲୋଚନା ହୋଇଛି। ଆଜି ଏହି ବୈଠକ ଅବସରରେ ବିଶ୍ବ ନେତାମାନେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଆଗଧାଡ଼ିର କର୍ମୀଙ୍କ ସହ ରୋମା କନଭେନସନ୍‌ ସେଣ୍ଟରରେ ଫ୍ୟାମିଲି ଫଟୋ ଉଠାଇଛନ୍ତି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍ରନ୍‌, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌, କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୁ, ଜର୍ମାନୀ ଚାନ୍ସେଲର ଏଞ୍ଜେଲା ମର୍କେଲ୍‌ ଏବଂ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍‌ଙ୍କ ସହ କଥାବାର୍ତ୍ତା କରିଛନ୍ତି। ଜି-୨୦ ନେତା ଏବଂ ଅଂଶୀଦାର ରାଷ୍ଟ୍ରମାନଙ୍କ ପାଇଁ ଆଜି ଏକ ନୈଶ୍ୟ ଭୋଜନର ଆୟୋଜନ କରାଯାଇଛି। ମୋଦୀ ଏବଂ ଅନ୍ୟ ‌ନେତାମାନେ ମଧ୍ୟ ଆଜି ସମ୍ମିଳନୀରେ ‘ଗ୍ଲୋବାଲ ଇକୋନୋମି ଆଣ୍ଡ୍‌ ଗ୍ଲୋବାଲ୍‌ ହେଲ୍‌ଥ’ ଶୀର୍ଷକ ଏକ ଅଧିବେଶନରେ ଅଂଶଗ୍ରହଣ କରିଛନ୍ତି। ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲିଠାରୁ ଇଟାଲି ଗସ୍ତରେ ଅଛନ୍ତି। ଆସନ୍ତାକାଲି ମୋଦୀ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ଯୋଗ ଦେବେ। ଏହି ସମ୍ମିଳନୀ ଉପରେ ପୂରା ବିଶ୍ବର ନଜର ରହିଛି।

publive-image

ଇଟାଲୀର ରୋମ୍‌ରେ ଅନୁଷ୍ଠିତ ଜି-୨୦ ସମ୍ମିଳନୀ ଅବସରରେ (ବାମରୁ) ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍ରନ୍‌, ଜର୍ମାନୀ ଚାନ୍‌ସେଲର୍‌ ଏଞ୍ଜେଲା ମର୍କେଲ୍‌ଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe