ଅଷ୍ଟମ ଅନ୍ତର୍ଜାତୀୟ ଯୋଗ ଦିବସ-୨୦୨୨: ‘ମାନବତା ପାଇଁ ଯୋଗ’

Advertisment

ମହୀଶୂରରେ ପ୍ରଧାନମନ୍ତ୍ରୀ ପାଳନ କଲେ ଯୋଗ ଦିବସ

ମହୀଶୂରରେ ପ୍ରଧାନମନ୍ତ୍ରୀ ପାଳନ କଲେ ଯୋଗ ଦିବସ

ଅଷ୍ଟମ ଅନ୍ତର୍ଜାତୀୟ ଯୋଗ ଦିବସ-୨୦୨୨: ‘ମାନବତା ପାଇଁ ଯୋଗ’

Hindustan Times

ମହୀଶୂର: ଭାରତ ସମେତ ବିଶ୍ବର ୧୩୫ରୁ ଅଧିକ ରାଷ୍ଟ୍ରରେ ଆଜି ଅଷ୍ଟମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଛି। ଦେଶର ବିଭିନ୍ନ ସ୍ଥାନରେ ଲୋକେ ମିଳିତ ଯୋଗାଭ୍ୟାସ କରିଥିବା ବେଳେ ଆଜିପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବେଙ୍ଗାଲୁରୁଠାରୁ ୧୨୫ କିମି ଦୂର ମହୀଶୂର ରାଜପ୍ରାସାଦ ସମ୍ମୁଖରେ ହୋଇଥିବା ଯୋଗ ଦିବସ କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି। ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଏହାର ସରକାରୀ ଟ୍ବିଟର ହ୍ୟାଣ୍ଡେଲରେ କୁହାଯାଇଛି ଯେ, ଯୋଗ ଆଣେ ଶାନ୍ତି। ଏହି ଶାନ୍ତି କେବଳ ବ୍ୟକ୍ତି ପାଇଁ ନୁହେଁ, ସମାଜ ପାଇଁ ମଧ୍ୟ। ଯୋଗ ଆମ ଦେଶ ଓ ବିଶ୍ବକୁ ଶାନ୍ତି ପ୍ରଦାନ କରେ। ଐତିହାସିକ ସ୍ଥଳରେ ସାମୂହିକ ଯୋଗର ମାନେ ହେଉଛି ଭାରତର ଅତୀତ, ଏହାର ବିବିଧତା ଓ ବିସ୍ତାରକୁ ଏକାଠି ବାନ୍ଧିବା।

ସୋସିଆଲ ମିଡ଼ିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ସମଗ୍ର ବିଶ୍ବ ଆମ ଶରୀର ଓ ଆତ୍ମାରୁ ଆରମ୍ଭ ହୋଇଛି। ଆମଠାରୁ ବିଶ୍ବର ଆରମ୍ଭ। ଆମ ଭିତରେ କ’ଣ ଅଛି ଯୋଗ ସେ ବିଷୟରେ ସଚେତନ କରେ ଏବଂ ଆମ ଭିତରେ ସଚେତନତାର ବୋଧ ତିଆରି କରେ। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ଏବଂ କେନ୍ଦ୍ର ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ମଧ୍ୟ ଏହି ଅବସରରେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଦେଶ, ରାଜ୍ୟ ତଥା ବିଶ୍ବର ବିଭିନ୍ନ ସ୍ଥାନରେ ଆଜି ଯୋଗ ଦିବସରେ ଏହିପରି କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଯାଇଛି। ଦେଶର ୭୫ଟି ଐତିହାସିକ ବା ପର୍ଯ୍ୟଟନ ସ୍ଥାନରେ ଆଜି ଯୋଗ ଦିବସ ପାଳିତ ହୋଇଯାଇଛି। ମହୀଶୂରଠାରେ ପ୍ରଧାନମନ୍ତ୍ରୀଙ୍କ ଯୋଗ କାର୍ଯ୍ୟକ୍ରମ ହେଉଛି ‘ଗାର୍ଡିଆନ୍ ଯୋଗ ରିଙ୍ଗ୍’ ନାମକ ଅଭିନବ କାର୍ଯ୍ୟକ୍ରମର ଅଂଶବିଶେଷ, ଯାହା ‘ଏକ ସୂର୍ଯ୍ୟ, ଏକ ପୃଥିବୀ’ର ଚିନ୍ତାଧାରାକୁ ଆଧାର କରି ହୋଇଛି।

ମୋଦୀ କହିଛନ୍ତି, ଯେତେବେଳେ ଆମେ ଯୋଗର ଜୀବନ ଜିଇଁବାକୁ ଆରମ୍ଭ କରିବା, ସେତେବେଳେ ଯୋଗ ଦିବସ ଆମର ସ୍ବାସ୍ଥ୍ୟ, ସୁଖ ଓ ଶାନ୍ତିର ମାଧ୍ୟମ ହୋଇଯିବ। ୨୦୧୫‌ରୁ ପ୍ରତିବର୍ଷ ଜୁନ୍ ୨୧ ତାରିଖକୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରାଯାଉଛି। ଏ ବର୍ଷର ବାର୍ତ୍ତା ହେଉଛି- ‘ମାନବତା ପାଇଁ ଯୋଗ’। ଭାରତୀୟ ଦୂତାବାସ ପକ୍ଷରୁ ଫ୍ରାନ୍ସ, ଜାପାନ, ଆମେରିକାଠାରୁ ଆରମ୍ଭ କରି ପାକିସ୍ତାନ, ବାଂଲାଦେଶ ପର୍ଯ୍ୟନ୍ତ ବିଭିନ୍ନ ଦେଶରେ ଯୋଗ ଦିବସ ପାଳନ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe