ଅଷ୍ଟମ ସୂଚୀରେ ହୋ, ମୁଣ୍ଡାରି ଭାଷାକୁ ଅନ୍ତର୍ଭୁକ୍ତ ଦାବି

Advertisment
କେନ୍ଦ୍ର ମନ୍ତ୍ରୀ କେନ୍ଦ୍ରରେ କେତେ ଥର କୋଟିଆ ପ୍ରସଙ୍ଗ ଉଠାଇଛନ୍ତି: ବିଜେଡି

Sambad English

ନୂଆଦିଲ୍ଲୀ : ସମ୍ବିଧାନର ଅଷ୍ଟମ ସୂଚୀରେ ହୋ, ମୁଣ୍ଡାରି ଓ ଭୂମିଜ ଭାଷାକୁ ଅନ୍ତର୍ଭୁକ୍ତ କରିବା ପାଇଁ ଆଜି ରାଜ୍ୟସଭାରେ ଦାବି କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର। ଏକ ସ୍ବତନ୍ତ୍ର ଆଲେଖ୍ୟ ଜରିଆରେ ସେ ଏହି ପ୍ରସଙ୍ଗ ଉପସ୍ଥାପନ କରିଛନ୍ତି।

ସେ କହିଲେ, ସାନ୍ତାଳୀ ଭାଷାକୁ ସମ୍ବିଧାନର ଅଷ୍ଟମ ସୂଚୀରେ ଅନ୍ତର୍ଭୁକ୍ତ କରାଯାଇଛି। ଉପରୋକ୍ତ ତିନିଟି ଭାଷାକୁ ସମ୍ବିଧାନର ଅଷ୍ଟମ ସୂଚୀରେ ସାମିଲ କରିବା ପାଇଁ ଅତୀତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବରରେ ଅନୁଷ୍ଠିତ ୨୪ତମ ପୂର୍ବାଞ୍ଚଳ ଆଞ୍ଚଳିକ ବୈଠକରେ ଦାବି କରିଥିଲେ। ଅଷ୍ଟମ ସୁଚୀରେ ଏହି ସବୁ ଭାଷା ସାମିଲ ହେଲେ ଏହି ତିନିଟି ଭାଷା କହୁଥିବା ଓଡ଼ିଶାର ଆଦିବାସୀମାନଙ୍କ ଆଶା ପୂରଣ ହେବ। ଏହି ପ୍ରସଙ୍ଗରେ ମଧ୍ୟ କେନ୍ଦ୍ର ସ୍ବରାଷ୍ଟ୍ର ବ୍ୟାପାର ମନ୍ତ୍ରୀଙ୍କୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ପତ୍ର ଲେଖିଥିବା ସସ୍ମିତ ଉଲ୍ଲେଖ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe