୫ ରାଜ୍ୟରୁ ୮୨% ନୂଆ ସଂକ୍ରମଣ

Advertisment
ବଢୁଛି କରୋନା ସଂକ୍ରମଣ; କାଲି ୧୨ ଥିବା ବେଳେ ଆଜି ରାଜ୍ୟରେ ୧୭ ପଜିଟିଭ୍‌ ଚିହ୍ନଟ

The Financial Express

ନୂଆଦିଲ୍ଲୀ : ଦେଶରେ ଆଜି ୩,୨୭୫ ନୂଆ କୋଭିଡ୍‌ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ୫ ରାଜ୍ୟରୁ ୮୨.୩୬ ପ୍ରତିଶତ ନୂଆ ସଂକ୍ରମଣ ଚିହ୍ନଟ ହୋଇଛି। କେବଳ ଦିଲ୍ଲୀରେ ହିଁ ୪୧.୩୪ ପ୍ରତିଶତ ମାମଲା ରହିଛି। ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ୧୩୫୪ ମାମଲା ଚିହ୍ନଟ ହୋଇଥିବା ବେଳେ ହରିୟାଣା‌ରେ ୫୭୧, କେରଳରେ ୩୮୬, ଉତ୍ତରପ୍ରଦେଶ‌ରେ ୧୯୮ ଏବଂ ମହାରାଷ୍ଟ୍ରରେ ୧୮୮ ମାମଲା ଚିହ୍ନଟ ହୋଇଛି। ଅନ୍ୟପକ୍ଷେ ଗତ ୨୪ ଘଣ୍ଟାରେ ୫୫ ଜଣଙ୍କ କରୋନାରେ ମୃତ୍ୟୁ ହେବା ସହ ଦେଶରେ ମୋଟ୍‌ କରୋନା ମୃତ୍ୟୁସଂଖ୍ୟା ୫,୨୩,୯୭୫ ପହଞ୍ଚିଛି। ଦେଶରେ ସକ୍ରିୟ ମାମଲା ଏବେ ୧୯,୭୧୯ ରହିଛି। ଗତ ୨୪ ଘଣ୍ଟାରେ ୩,୦୧୦ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଦେଶରେ ମୋଟ୍‌ ଆରୋଗ୍ୟଙ୍କ ସଂଖ୍ୟା ୪,୨୫,୪୭,୬୯୯ରେ ପହଞ୍ଚିଛି। ଅନ୍ୟପକ୍ଷେ ଆରୋଗ୍ୟ ହାର ୯୮.୭୪ ପ୍ରତିଶତ ରହିଛି । ଦେଶରେ ସାପ୍ତାହିକ ପଜିଟିଭ୍‌ ହାର ୦.୭୮ ପ୍ରତିଶତ ଏବଂ ଦୈନିକ ପଜିଟିଭ୍‌ ହାର ୦.୭୭ ପ୍ରତିଶତ ରହିଛି। ମୋଟ୍‌ ଟିକାକରଣ ୧୮୯.୬୩ କୋଟି ଟପିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe