ନିର୍ବାଚନ କମିସନ୍‌ଙ୍କ ପ୍ରଶ୍ନର ଜବାବ ରଖିଲେ ଠାକ୍‌ରେ ଗୋଷ୍ଠୀ: ‘ଧନୁତୀର ଚିହ୍ନ’ ପାଇଁ ଏକନାଥ ଦାବି କରିପାରିବେନି

Advertisment
ନିର୍ବାଚନ କମିସନ୍‌ଙ୍କ ପ୍ରଶ୍ନର ଜବାବ ରଖିଲେ ଠାକ୍‌ରେ ଗୋଷ୍ଠୀ: ‘ଧନୁତୀର ଚିହ୍ନ’ ପାଇଁ ଏକନାଥ ଦାବି କରିପାରିବେନି

Telegraph India

ନୂଆଦିଲ୍ଲୀ : ଶିବସେନା ଦଳର ନାମ ଏବଂ ଏହାର ଧନୁ ଏବଂ ତୀର ଚିହ୍ନ ପାଇବା ପାଇଁ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ବାଧୀନ ଗୋଷ୍ଠୀ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ବାଧୀନ ଗୋଷ୍ଠୀ ମଧ୍ୟରେ  ଲଢ଼େଇ ଜାରି ରହିଛି। ଦଳର ଚିହ୍ନ ପାଇବାପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗତକାଲି ନିର୍ବାଚନ କମିସନଙ୍କୁ ଚିଠି ଲେଖିଥିବା ବେଳେ କମିସନ୍‌ ‌ଏନେଇ ଠାକ୍‌ରେ ଗୋଷ୍ଠୀଠାରୁ ଜବାବ ମାଗିଥିଲେ।

ଠାକ୍‌ରେ ଗୋଷ୍ଠୀ ଆଜି କମିସନଙ୍କୁ କହିଛନ୍ତି,  ଏକନାଥ ସିନ୍ଦେଙ୍କ ନେତୃତ୍ବାଧୀନ ଗୋଷ୍ଠୀ ଦଳର ଧନୁ ଏବଂ ତୀର ଚିହ୍ନ ଦାବି କରିପାରିବ ନାହିଁ। କାରଣ ସେ ଏବଂ ତାଙ୍କ ଶିବିରର ଅନ୍ୟ ବିଧାୟକମାନେ ଦଳ ଛାଡ଼ି ସାରିଛନ୍ତି।   ଉଲ୍ଲେଖଯୋଗ୍ୟ,  ସିନ୍ଦେ ଗୋଷ୍ଠୀ ଆଗାମୀ ଅନ୍ଧେରୀ ପୂର୍ବ ନିର୍ବାଚନମଣ୍ଡଳୀରେ ଉପନିର୍ବାଚନ ପାଇଁ ଶିବସେନାର ଧନୁ ଏବଂ ତୀର ଚିହ୍ନ ପାଇଁ କମିସନ୍‌ରେ ଆବେଦନ କରିଥି‌ଲେ। ଏହି ଆବେଦନ ଉପରେ କମିସନ୍‌ ଠାକ୍‌ରେ ଗୋଷ୍ଠୀଠାରୁ ଜବାବ ମାଗିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe