ମହାରାଷ୍ଟ୍ରରେ ବିଜେପିକୁ ବଡ ଝଟକା, ଦଳ ଛାଡିଲେ ଏହି ବରିଷ୍ଠ ନେତା

Advertisment
ମହାରାଷ୍ଟ୍ରରେ ବିଜେପିକୁ ବଡ ଝଟକା, ଦଳ ଛାଡିଲେ ଏହି ବରିଷ୍ଠ ନେତା

photo-indiatv news

ମୁମ୍ବାଇ: ମହାରାଷ୍ଟ୍ରରେ ଭାରତୀୟ ଜନତା ପାର୍ଟି ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଏକନାଥ ଖଡସେ ବିଜେପିରୁ ଇସ୍ତଫା ଦେଇ ଶୁକ୍ରବାର ଦିନ ଏନସିପିରେ ଯୋଗଦେବେ। ଏକନାଥ ଖଡସେଙ୍କ ଇସ୍ତଫା ଖବରକୁ ମଧ୍ୟ ରାଜ୍ୟ ବିଜେପି ନିଶ୍ଚିତ କରିଛି। ଗତ କିଛି ଦିନ ହେବ ଏନସିପି ନେତା ଏବଂ ଏକନାଥ ଖଡସେଙ୍କ ମଧ୍ୟରେ ଆଲୋଚନା ଚାଲିଥିଲା | ଏଭଳି ପରିସ୍ଥିତିରେ ସେ ଉଦ୍ଧବ ଠାକରେଙ୍କ ସରକାରରେ ଯେକୌଣସି ମନ୍ତ୍ରୀ ପଦ ମଧ୍ୟ ପାଇବାର ସମ୍ଭାବନା ରହିଛି ।

publive-image

ତେବେ ଏନସିପିରେ ଏକନାଥଙ୍କ ସାମିଲ ହେବାକୁ ନେଇ ଏନସିପି ନେତା ଶରଦ ପାୱାର କହିଛନ୍ତି ଯେ ମହାରାଷ୍ଟ୍ରରେ ବିଜେପି ଗଠନରେ ଏକନାଥ ଖଡସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଏଭଳି ପରିସ୍ଥିତିରେ ବର୍ତ୍ତମାନ ସେମାନେ ଦଳରେ ପକ୍ଷପାତ କରୁଛନ୍ତି, ଯାହା ଠିକ୍ ନୁହେଁ।

ସୂଚନା ଥାଉ କି ୨୦୧୫ ରେ ଦୁର୍ନୀତି ଅଭିଯୋଗ ପରେ ଏକନାଥ ଖଡସେ ଦେବେନ୍ଦ୍ର ଫଡନାଭିସ୍ ସରକାରଙ୍କରୁ ଇସ୍ତଫା ଦେଇଥିଲେ । ଏହା ପରେ ଏକନାଥ ଖଡସେଙ୍କୁ ୨୦୧୯ ବିଧାନସଭା ନିର୍ବାଚନରେ ​​ଟିକେଟ ଦିଆଯାଇ ନଥିଲା | ଆଉ ଯାହାକୁ ନେଇ ସେ ବିଜେପି ଉପରେ ଅସନ୍ତୋଷ ଥିଲେ | ଆଉ ବିଜେପି ଛାଡିବା ନେଇ ଚର୍ଚ୍ଚା ଜୋର ଧରିଥିଲା |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe