ଯିଏ ମୋର ଉତ୍ତରାଧିକାରୀ ହେବ, ସେ ମୋର ପୁଅ ହେବ: ଏକନାଥ ସିନ୍ଦେ

Advertisment
ଯିଏ ମୋର ଉତ୍ତରାଧିକାରୀ ହେବ, ସେ ମୋର ପୁଅ ହେବ: ଏକନାଥ ସିନ୍ଦେ

ମୁମ୍ବାଇ: ଆଜି ଦଶହରା ଅବସରରେ ମୁମ୍ବାଇରେ ଉଭୟ ଶିବସେନା ଦଳର ରାଲି ଅନୁଷ୍ଠିତ ହେବାକୁ ଯାଉଛି। ଶିବସେନାର ଉଦ୍ଧବ ଠାକରେଙ୍କ ଦଳ ପକ୍ଷରୁ ଶିବାଜୀ ପାର୍କରେ ଏକ ରାଲି ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏକନାଥ ସିନ୍ଦେଙ୍କ ଦଳ ପକ୍ଷରୁ ବି.କେ.ସିରେ ଏକ ରାଲିର ଆୟୋଜନ କରାଯାଇଛି। ରାଲି ପାଇଁ ଉଭୟ ପାର୍ଶ୍ୱରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ତେବେ ରାଲିରେ ଠାକରେଙ୍କୁ ଟାର୍ଗେଟ କରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଉଦ୍ଧବ ଠାକରେଙ୍କୁ ଟ୍ବିଟ କରି ଟାର୍ଗେଟ କରିଛନ୍ତି। ହରିବଂଶ ରାୟ ବଚ୍ଚନଙ୍କ ଏକ ପଂକ୍ତିକୁ ଉଦ୍ଧାର କରି ସେ ଟ୍ୱିଟ କରିଛନ୍ତି ଯେ, ମୋ ପୁଅ, ମୋର ଉତ୍ତରାଧିକାରୀ ହେବ ନାହିଁ, ଯିଏ ମୋର ଉତ୍ତରାଧିକାରୀ ହେବ ସେ ମୋର ପୁଅ ହେବ।

ଏହା ବ୍ୟତୀତ ସେ ଆଉ ଏକ ଟୁଇଟ୍ କରିଛନ୍ତି ଯେଉଁଥିରେ ସେ ଲୋକମାନଙ୍କୁ ବି.କେ.ସି ପଡ଼ିଆରେ ଏକତ୍ରିତ ହେବାକୁ ଆହ୍ୱାନ ଦେଇଛନ୍ତି। ଏକନାଥ ସିନ୍ଦେ ଦଳ ଏହି ପଡ଼ିଆରେ ଦଶହରା ରାଲି କରିବେ। ଏକନାଥ ସିନ୍ଦେ କରିଥିବା ଟୁଇଟରେ ଲେଖାଯାଇଛି ଯେ, ବିକାଶର ଯାତ୍ରାରେ ଈଶ୍ବର, ଦେଶ ଏବଂ ଧର୍ମକୁ ସୁରକ୍ଷା ଦେବା ପାଇଁ ବାଲାସାହେବଙ୍କ ଚିନ୍ତାଧାରା ଗୁରୁତ୍ୱପୂର୍ଣ୍ଣ। ଆସନ୍ତୁ ଆଜି ଆମ ସମସ୍ତଙ୍କ କଲ୍ୟାଣ ପାଇଁ ଏକ ପ୍ରତିଶ୍ରୁତି ନେବା। ବିକେସି ପଡ଼ିଆରେ ବାଲାସାହେବଙ୍କ ଆଦର୍ଶର ସଂକଳ୍ପ ନେବା ପାଇଁ ଏକଜୁଟ ହେବା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe