Image Courtesy of National Herald
ମୁମ୍ବାଇ: ମୁଖ୍ୟମନ୍ତ୍ରୀ ଭାବେ ମତେ ସମର୍ଥନ କରିବାକୁ କୌଣସି ବିଧାୟକଙ୍କୁ ବାଧ୍ୟ କରାଯାଇ ନାହିଁ ବୋଲି ଆଜି ବାଚସ୍ପତି ନିର୍ବାଚନ ପରେ ବିଧାନସଭାକୁ ସମ୍ବୋଧିତ କରି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି।
ସେ କହିଛନ୍ତି, ‘ବିଜେପି’ ନେତା ଦେବେନ୍ଦ୍ର ଫଡ଼ନବୀସ ମୁଖ୍ୟମନ୍ତ୍ରୀ ହେବେ ବୋଲି ସମସ୍ତେ ଆଶା କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ହେବାକୁ ମୁଁ ବ୍ୟକ୍ତିଗତ ଭାବେ ଚାହୁଁ ନ ଥିଲି। ମୁଖ୍ୟମନ୍ତ୍ରୀ ହେବା ମୋ ଭାଗ୍ୟରେ ଥିଲା। ଏଯାବତ୍ ଆମ ଜାଣିବାରେ ଲୋକେ ବିରୋଧୀ ଦଳରୁ ଶାସକ ଦଳକୁ ଚାଲିଯାଆନ୍ତି, କିନ୍ତୁ ଏଥର ଶାସକ ଦଳର ନେତାମାନେ ବିରୋଧୀ ସହ ସାମିଲ ହେଲେ।
Image Courtesy of Deccan Heraldଉଦ୍ଧବ ଠାକ୍ରେଙ୍କ ନେତୃତ୍ବାଧୀନ ‘ମହା ବିକାଶ ଅଘାଡ଼ି’ ସରକାର ପତନ ଘଟାଇଥିବା ବିଦ୍ରୋହ କଥା କହିବାକୁ ଯାଇ ସେ କହିଲେ, ମନ୍ତ୍ରୀଙ୍କ ସମେତ ଏତେ ଜଣ ବିଧାୟକ ସରକାର ଛାଡ଼ିବା ବାଲାସାହେବ ଠାକ୍ରେ ଏବଂ ଆନନ୍ଦ ଦିଘେଙ୍କ ଆଦର୍ଶରେ ଅନୁପ୍ରାଣିତ ମୋ ପରି ଜଣେ ସାଧାରଣ କର୍ମୀଙ୍କ ପାଇଁ ବଡ଼ କଥା।
ଅନେକ ବିଦ୍ରୋହୀ ବିଧାୟକଙ୍କ ସହିତ ସମ୍ପର୍କ ରଖିଛନ୍ତି ବୋଲି ଦାବି କରୁଥିବା ଉଦ୍ଧବଙ୍କ ଗୋଷ୍ଠୀକୁ ପରୋକ୍ଷରେ ସମାଲୋଚନା କରି ସିନ୍ଦେ ଉପରୋକ୍ତ ବିବୃତି ଦେଇଛନ୍ତି।
କେତେକ କହିଲେ, ଆମେ କିଛି ବିଧାୟକମାନଙ୍କ ସହିତ ଯୋଗାଯୋଗ ରଖିଛୁ। କେତେବେଳେ କହିଲେ, ୫ଜଣ, ପରେ ୧୦ଜଣ, ୨୦ଜଣ ଏବଂ ୨୫ଜଣ ବିଧାୟକଙ୍କ ସହିତ ଯୋଗାଯୋଗ ଅଛି। ମୁଁ ସେମାନଙ୍କୁ ଉକ୍ତ ବିଧାୟକମାନଙ୍କର ନାଁ କହିବାକୁ କହିଲି। ସେମାନଙ୍କର ପ୍ରତ୍ୟାଶା ଯାହା ଥିଲା ଫଳ ଓଲଟା ହେଲା। ‘ବିଜେପି’ର ୧୧୫ଜଣ ବିଧାୟକ ଏବଂ ମୋର ୫୦ଜଣ ବିଧାୟକ ଥିଲେ। ତଥାପି ‘ବିଜେପି’ ଉଦାରତା ପ୍ରଦର୍ଶନ କରି ମତେ ମୁଖ୍ୟମନ୍ତ୍ରୀ କଲା। ମୁଁ ପ୍ରଧାନମନ୍ତ୍ରୀ ମୋଦୀ, ଅମିତ ଶାହ ଓ ଜେପି ନଡ୍ଡାଙ୍କୁ ଧନ୍ୟବାଦ ଜଣାଉଛି। ମୁଖ୍ୟମନ୍ତ୍ରୀ ପଦ ପାଇଁ ମୁଁ ଆଶାୟୀ ନ ଥିଲି ବୋଲି ସିନ୍ଦେ କହିଛନ୍ତି।
Follow Us