ଗୃହ ମନ୍ତ୍ରାଳୟକୁ ନେଇ ବିଜେପି-ଶିବସେନା ମଧ୍ୟରେ ଟଣାଓଟରା

ମହାରାଷ୍ଟ୍ରରେ ସରକାର ଗଠନ କ୍ଷେତ୍ରରେ ଆଉ ଏକ ସମସ୍ୟା ଦେଖାଦେଇଛି । ମିଳିଥିବା ସୂଚନା ଅନୁସାରେ ଗୃହ ବିଭାଗକୁ ନେଇ ବିଜେପି ଓ ଶିବସେନା ମଧ୍ୟରେ ମତଭେଦ ରହିଛି । ଏକନାଥ ସିନ୍ଦେ ଗୃହ ବିଭାଗ ମାଗୁଥିବାବେଳେ ବିଜେପି ସେଥିପାଇଁ ରାଜି ହେଉନାହିଁ । ଏହି ବିଭାଗକୁ ନିଜ ପାଖରେ ରଖିବାକୁ ଚାହୁଁଛି ବିଜେପି ।

ଔରଙ୍ଗାବାଦ ଓ ଓସମାନାବାଦର ନାମ ପୁନର୍ବାର ନାମିତ କଲେ ସିନ୍ଦେ ସରକାର

ମୁମ୍ବାଇ : ମହାରାଷ୍ଟ୍ରରେ ମହାୟୁତିର ନୂଆ ସରକାର ଗଠନ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି । ଡିସେମ୍ବର ୫ତାରିଖରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଇତି ମଧ୍ୟରେ ଏହା ମଧ୍ୟ ସ୍ପଷ୍ଟ ହୋଇଯାଇଛି ଯେ ମୁଖ୍ୟମନ୍ତ୍ରୀ ବିଜେପିରୁ ହିଁ ହେବେ । ଏ ନେଇ ମହାଯୁତିର ୩ ଦଳ ବିଜେପି, ଶିବସେନା ଓ ଏନସିପି ମଧ୍ୟରେ ଏକରକମ ସହମତି ସୃଷ୍ଟି ହୋଇଛି । 

ଏହା ସତ୍ତ୍ବେ ସରକାର ଗଠନ କ୍ଷେତ୍ରରେ ଆଉ ଏକ ସମସ୍ୟା ଦେଖାଦେଇଛି । ମିଳିଥିବା ସୂଚନା ଅନୁସାରେ ଗୃହ ବିଭାଗକୁ ନେଇ ବିଜେପି ଓ ଶିବସେନା ମଧ୍ୟରେ ମତଭେଦ ରହିଛି । ଏକନାଥ ସିନ୍ଦେ ଗୃହ ବିଭାଗ ମାଗୁଥିବାବେଳେ ବିଜେପି ସେଥିପାଇଁ ରାଜି ହେଉନାହିଁ । ଏହି ବିଭାଗକୁ ନିଜ ପାଖରେ ରଖିବାକୁ ଚାହୁଁଛି ବିଜେପି । 

ଏକନାଥ ସିନ୍ଦେଙ୍କ ଶିବସେନା କହିଛି ଯେ ଯେତେବେଳେ ଦେବେନ୍ଦ୍ର ଫଡନବୀସ ଡେପୁଟି ସିଏମ ଥିଲେ ସେତେବେଳେ ସେ ଗୃହ ମନ୍ତ୍ରାଳୟ ଦାୟିତ୍ୱରେ ଥିଲେ । ସେହି ଅନୁଯାୟୀ ଯଦି ସିନ୍ଦେ ଡେପୁଟି ସିଏମ୍ ହୁଅନ୍ତି, ତେବେ ଗୃହ ବିଭାଗ ତାଙ୍କ ସହ ରହିବା ଉଚିତ। କିନ୍ତୁ ଏଥିପାଇଁ ବିଜେପି ପ୍ରସ୍ତୁତ ନଥିବା ସୂତ୍ରରୁ ଜଣାପଡ଼ିଛି। 

ସୂତ୍ରଅନୁସାରେ ଶିବସେନାକୁ ନଗର ଉନ୍ନୟନ ଓ ଏମଏସଆରଡିସି ବିଭାଗ ମିଳିପାରେ। ଶିବସେନା ମଧ୍ୟ ମହାରାଷ୍ଟ୍ରର ୧୦ରୁ ଅଧିକ ସହରରେ ପାଳକ ମନ୍ତ୍ରୀ ( ଗାର୍ଜିଆନ ମିନିଷ୍ଟର) ପଦବୀ ଦାବି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe