ମୁଁ କ୍ଷମତା ପାଇଁ ଦଳକୁ କେବେ ବି ଧୋକା ଦେବି ନାହିଁ: ଏକନାଥ ସିନ୍ଦେ

ମୁଁ କ୍ଷମତା ପାଇଁ ଦଳକୁ କେବେ ବି ଧୋକା ଦେବି ନାହିଁ: ଏକନାଥ ସିନ୍ଦେ

aajtak

ମୁମ୍ବାଇ: ଶିବସେନାର ବରିଷ୍ଠ ନେତା ତଥା ମହାରାଷ୍ଟ୍ର ନଗର ଉନ୍ନୟନ ମନ୍ତ୍ରୀ ଏକନାଥ ସିନ୍ଦେ ଦଳର  ୨୬ ଜଣ ବିଧାୟକଙ୍କ ସହ ମିଶି ରାଜ୍ୟ ବାହାରକୁ ଯାଇ ଗୁଜୁରାଟର ସୁରଟ ସହରରେ ଏକ ହୋଟେଲ୍‌ରେ ଆତ୍ମଗୋପନ କରିବା ପରେ ରାଜ୍ୟ ରାଜନୀତିରେ ସଙ୍କଟ ଉପୁଜିଛି। ଏଭଳି କରିଥିବାରୁ ଶିବସେନା ନେତା ଏକନାଥ ସିନ୍ଦେଙ୍କୁ ମହାରାଷ୍ଟ୍ରର ବିଧାୟକ ଗୋଷ୍ଠୀ ନେତା ପଦରୁ ହଟାଇ ଦିଆଯାଇଛି। ତାଙ୍କ ସ୍ଥାନରେ ଅଜୟ ଚୌଧୁରୀଙ୍କୁ ନୂତନ ମୁଖ୍ୟ କରାଯାଇଛି। ଅନ୍ୟ ପକ୍ଷ‌ରେ ସୁରଟ ଯିବା ପରେ ଏକନାଥ ସିନ୍ଦେ ଏକ ଟ୍ବିଟ କରି ନିଜର ପ୍ରଥମ ବୟାନ ରଖିଛନ୍ତି।

ସେ ଲେଖିଛନ୍ତି ଯେ, ଆମେ ବାଲାସାହେବଙ୍କ ଶକ୍ତିଶାଳୀ ଶିବ ସୈନିକ। ବାଲାସାହେବ ଆମକୁ ହିନ୍ଦୁତ୍ୱ ଶିଖାଇଛନ୍ତି। ଆମେ କଦାପି କ୍ଷମତା ପାଇଁ ଧୋକା ଦେବୁ ନାହିଁ। ବାଲାସାହେବଙ୍କ ଚିନ୍ତାଧାରା ଏବଂ ଧର୍ମବୀର ଆନନ୍ଦ ସାହେବ ଆମକୁ ଧୋକା ନକରିବାକୁ ଶିଖାଇଛନ୍ତି।

ଏହା ସହ ନିର୍ବାଚନ ପରେ ଅଚାନକ ବିଧାୟକମାନେ ଏପରି ଦଳବଦ୍ଧ ଭାବେ ରାଜ୍ୟ ବାହାରକୁ ଯାଇ ଆତ୍ମଗୋପନ କରିବା ଘଟଣା ‘ବିଦ୍ରୋହ’ର ଆଭାସ ଦେଉଥିବା ବେଳେ ଏ ନେଇ ନିଜର ମତ ରଖିଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ। ସେ କହିଛନ୍ତି, ‘ଏକନାଥ ସିନ୍ଧେ ଦଳର ଖୁବ୍ ବିଶ୍ବସ୍ତ। ଆମର ତାଙ୍କ ସହ ଯୋଗାଯୋଗ ହୋଇଛି। ଆମର ବିଧାୟକମାନେ ଖୁବ୍‌ ଶୀଘ୍ର ଫେରିବେ।’

ଯେଉଁ ବିଧାୟକମାନେ ରାଜ୍ୟ ବାହାରକୁ ଦଳବଦ୍ଧ ଭାବେ ଯାଇଛନ୍ତି ‌ସେମାନେ ହେଲେ ତନାଜୀ ସାୱନ୍ତ, ବାଲାଜି କଲ୍ୟାଣକର, ପ୍ରକାଶ ଅନନ୍ଦରାଓ ଅବିତକର, ଏକାନ୍ସ ସିନ୍ଧେ, ଅବଦୁଲ୍‌ ସତର, ସଞ୍ଜୟ ପାଣ୍ଡୁରଙ୍ଗ, ଶ୍ରୀନିବାସ ଓନେଗା, ମହେଶ ସିନ୍ଧେ, ସଞ୍ଜୟ ରାଏମୁଲକର୍‌, ବିଶ୍ବନାଥ ଭୋଏର୍‌, ସନ୍ଦୀପନ୍‌ ରାଓ ଭୁମରେ, ଶାନ୍ତାରାମ ମୋରେ, ରମେଶ ବୋରନାରେ, ଅନୀଲ ବାବର୍‌, ଚିନମନରାଓ ପାଟିଲ୍‌, ଶମ୍ଭୁରାଜ ଦେଶାଇ, ମହେନ୍ଦ୍ର ଦଲ୍‌ଭି, ଶାହାଜୀ ପାଟିଲ୍‌, ପ୍ରଦୀପ ଜୈସ୍‌ୱାଲ୍‌, ମହେନ୍ଦ୍ର ଥୋରଭେ, କିଶୋର ପାଟିଲ୍‌, ଜ୍ଞାନରାଜ ଚୋଗୁଲେ, ବାଲାଜୀ କିନିକାର୍‌, ଭରତସେଠ୍‌ ଭୋଗ୍‌ଲେ, ସଞ୍ଜୟ ଗାଇକ୍‌ୱାଦ୍‌, ସୁହାସ ଖଣ୍ଡେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe