Image Courtesy of The Economic Times
ମୁମ୍ବାଇ: ଆଜି ମହାରାଷ୍ଟ୍ରର କ୍ୟାବିନେଟ୍ ପୁଣି ଥରେ ଔରଙ୍ଗାବାଦର ନାମ ପରିବର୍ତ୍ତନ କରି ‘ସମ୍ଭାଜୀନଗର’ ରଖିଛି। ଆଗରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ମଧ୍ୟ ଔରଙ୍ଗାବାଦର ନାମ ବଦଳାଇ ‘ସମ୍ଭାଜୀନଗର’ ରଖିଥିଲେ।
କିନ୍ତୁ, ନୂଆ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି, ବିଗତ କ୍ୟାବିନେଟ୍ରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଥିଲା ‘ଆଇନଅସମ୍ମତ’।
ସେହିପରି, ଓସ୍ମାନାବାଦ୍କୁ ମଧ୍ୟ ‘ଧରାଶିବ’ ଭାବେ ପୁନଃନାମିତ କରାଯାଇଥିବା ବେଳେ ନୱି ମୁମ୍ବାଇ ବିମାନ ବନ୍ଦରର ନାଁ ‘ବି. ଡି. ପାଟିଲ୍ ଏୟାର୍ପୋର୍ଟ’ ବୋଲି ନାମିତ କରାଯାଇଛି।
Image Courtesy of Deccan Heraldଛତ୍ରପତି ଶିବାଜୀ ମହାରାଜଙ୍କ ଜ୍ୟେଷ୍ଠପୁତ୍ର ଛତ୍ରପତି ସମ୍ଭାଜୀଙ୍କ ନାମାନୁସାରେ ଜୁନ୍ ୨୯ ତାରିଖରେ ଉଦ୍ଧବ ଠାକ୍ରେ କ୍ୟାବିନେଟ୍ ଔରଙ୍ଗାବାଦ୍କୁ ‘ସମ୍ଭାଜୀନଗର’ ଭାବେ ପୁନଃନାମିତ କରିଥିଲା। କିନ୍ତୁ, ଏହାର ଅଳ୍ପ ସମୟ ପରେ ଉଦ୍ଧବ ଠାକ୍ରେ ମୁଖ୍ୟମନ୍ତ୍ରୀ ପଦର ଇସ୍ତଫା ଦେଇଥିଲେ।
ଶୁକ୍ରବାର ଦିନ ଏକନାଥ ସିନ୍ଦେ କହିଥିଲେ, ଔରଙ୍ଗାବାଦକୁ ‘ସମ୍ଭାଜୀନଗର’ ଭାବେ ପୁନଃନାମିତ କରିବା ଲାଗି ‘ମହା ବିକାଶ ଅଘାଡ଼ି’ ସରକାର ତା’ର ଶେଷ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ଗ୍ରହଣ କରିଥିଲା। କିନ୍ତୁ, ସେତେବେଳେ ସେ ସରକାରର ସଂଖ୍ୟାଗରିଷ୍ଠତା ନ ଥିଲା। ସେଭଳି ପରିସ୍ଥିତିରେ କ୍ୟାବିନେଟ୍ ବୈଠକ କରିବା ବେଆଇନ।
ଶୁକ୍ରବାର ଦିନ ମହାରାଷ୍ଟ୍ୟର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବୀସ ରାଜ୍ ଠାକ୍ରେଙ୍କ ବାସଭବନକୁ ଯାଇଥିଲେ। ରାଜ୍ ଠାକ୍ରେଙ୍କ ଅସ୍ତ୍ରୋପଚାର ହୋଇଥିବାରୁ ସୌଜନ୍ୟମୂଳକ ସାକ୍ଷାତ୍ କରିବାକୁ ଯାଇଥିଲେ ବୋଲି ଫଡ଼ନବୀସ କହିଥିଲେ। ସେ କହିଥିଲେ, ମହାରାଷ୍ଟ୍ରରେ ଆମର ରାଜନୈତିକ ଶିଷ୍ଟାଚାର ପାଳନ ସଂସ୍କୃତି ରହିଛି। ସେ ଅସୁସ୍ଥ ଥିବାରୁ ମୁଁ ଭେଟିବାକୁ ଯାଇଥିଲି। ଏଥିରେ ଏମିତି କ’ଣ ରାଜନୀତି ରହିଗଲା?
Follow Us