ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏକନାଥ ସିନ୍ଦେ, ଫଡନବୀସ ଉପମୁଖ୍ୟମନ୍ତ୍ରୀ

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏକନାଥ ସିନ୍ଦେ, ଫଡନବୀସ ଉପମୁଖ୍ୟମନ୍ତ୍ରୀ

ମୁମ୍ବାଇ : ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଏକନାଥ ସିନ୍ଦେ । ରାଜ୍ୟପାଳ ଭଗତ ସିଂ କୋସିୟାରି ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ଏକନାଥ ବାଲା ସାହେବ ଠାକରେଙ୍କ ନାମ ନେଇ ଶପଥ ନେଇଥିଲେ ।

ସେହିପରି ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।

ଫଡନବୀସ ପୂର୍ବରୁ ସରକାରରେ ସାମିଲ ହେବାକୁ ଅନିଚ୍ଛୁକ ଥିଲେ ବି ବିଜେପି କେନ୍ଦ୍ରୀୟ ନେତୃତ୍ବଙ୍କ ଅନୁରୋଧ ପରେ ସେ ସରକାରରେ ସାମିଲ ହୋଇଛନ୍ତି ।

publive-image

ଏହା ପୂର୍ବରୁ ବିଜେପି ସଭାପତି ଜେପି ନଡ୍ଡା ଘୋଷଣା କରିଥିଲେ ଯେ ଦେବେନ୍ଦ୍ର ଫଡନବୀସ ମହାରାଷ୍ଟ୍ର ସରକାରରେ ସାମିଲ ହୁଅନ୍ତୁ ବୋଲି ବିଜେପିର କେନ୍ଦ୍ରୀୟ ନେତୃତ୍ବ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏଣୁ ତାଙ୍କୁ ବ୍ୟକ୍ତିଗତ ଭାବେ ଅନୁରୋଧ କରାଯାଉଛି କି ସେ ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ହୁଅନ୍ତୁ ।

ନୂତନ ସରକାର ଗଠନ ସହିତ ଗତ ୧୦ ଦିନ ଧରି ମହାରାଷ୍ଟ୍ର ରାଜନୀତିରେ ଲାଗି ରହିଥିବା ସଂକଟର ଅବସାନ ଘଟିଛି। ଜୁନ୍ ୨୦ ତାରିଖରୁ ଏକନାଥ ସିନ୍ଦେଙ୍କ ନେତୃତ୍ବରେ ଶିବସେନାର ବିଦ୍ରେୀହୀ ବିଧାୟକ ସୁରଟ ଯିବ‌ା ଘଟଣାରୁ ଏହି ରାଜନୈତିକ ସଂକଟର ଆରମ୍ଭ ହୋଇଥିଲା। ଠିକ ୧୦ ଦିନ ପରେ ଆଜି ବିଜେପି ସହ ମିଶି ଶିବସେନା ବିଦ୍ରୋହୀ ନୂତନ ସରକାର ଗଠନ କରିବା ପ‌ରେ ପୁଣି ମହାରାଷ୍ଟ୍ରକୁ ରାଜନୈତିକ ସ୍ଥରତା ଫେରି ଆସିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe