ନୂଆଦିଲ୍ଲୀ: ସେମାନେ ପଶୁ ହେଲେ ବି ସେମାନଙ୍କ ଜୀବନ ଅଛି । ବାହାରେ ପ୍ରବଳ ଶୀତ । ଜାଡ଼ରେ ଥରୁଛି ହାଡ଼ । ମଣିଷ ଯେତେବେଳେ ଶୀତ ସହି ନପାରି ଘରେ ରହୁଛି । ସଞ୍ଜ ନଇଁଲେ ଘରୁ ବାହାରିବାକୁ ଇଚ୍ଛା କରୁନି । ଶୀତବସ୍ତ୍ର, କିମ୍ବା କମ୍ବଳ ଭିତରେ ପଶି ରହିବାକୁ ଚାହୁଁଛି । ଠିକ୍ ସେତେବେଳେ ଏ ବୁଲା କୁକୁରଗୁଡ଼ା ବାହାରେ କେମିତି ସହୁଥିବେ ଶୀତ ? ସେମାନେ ପଶୁ ହେଲେ କଣ ହେଲା, ସେମାନଙ୍କୁ ବି ଶୀତ ହୁଏ… ସେମାନେ ବି ଶୀତରେ ଥରନ୍ତି… ତାପରେ ପୁଣି କୁନି କୁନି କଅଁଳା ଛୁଆଗୁଡ଼ା, ଏଇ ଏବେଏବେ ଜନ୍ମ ହେଇଛନ୍ତି ଶୀତ ସମ୍ଭାଳିବା ସମ୍ଭବ ନୁହେଁ…

Advertisment

ଆହୁରି ପଢନ୍ତୁ- UttarPradesh: ୧୦ ବର୍ଷ ପରେ ଫେରିଲା ହଜିଲା ପୁଅ… ‘ଅପରେସନ ମୁସ୍କାନ’ ଫୁଟାଇଲା ମାଆ ମୁହଁରେ ହସ

ବାସ୍ ପଶୁଙ୍କ କଷ୍ଟକୁ ହୃଦୟଙ୍ଗମ କରି ସେମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଲେ ଜଣେ ବୟସ୍କ ବ୍ୟକ୍ତି । ବାହାରେ ଶୀତ କାକରରେ ରାତି କାଟୁଥିବା ମାଆ କୁକୁର ଏବଂ ତାପିଲାଙ୍କୁ ନିଜ ଘରେ ଦେଲେ ଆଶ୍ରୟ । ନୂଆନୂଆ ଜନ୍ମ ହେଇ ବାହାରେ ରହୁଥିବା କୁନି କୁକୁର ଛୁଆଙ୍କୁ ନିଜ ପୋଷାକରେ ବୋହି ଆଣି ଘରେ କରିଥିବା ଏକ ଉଷ୍ମ ଆଶ୍ରୟସ୍ଥଳରେ ରଖିଲେ । 

ଆହୁରି ପଢନ୍ତୁ- Cold Wave: କୋରାପୁଟ ରାଜ୍ୟର ସବୁଠାରୁ ଥଣ୍ଡା ସହର, ଘନ କୁହୁଡ଼ିରେ ଯାତାୟତ ବାଧାପ୍ରାପ୍ତ

ଇଟା-ପଟାରେ ନିର୍ମାଣ ହୋଇଥିବା ଛୋଟ ଘରେ ଗରମ ହେବାକୁ ନଡା ଗୁଣ୍ଡ ପକାଇ ଘର ପ୍ରସ୍ତୁତ କରିଥିଲେ ଏ ପଶୁପ୍ରେମୀ । ଯେଉଁଥିରେ କୁନି କୁନି କୁକୁର ଛୁଆଙ୍କୁ ଛାଡ଼ିବା ପରେ ମାଆ କୁକୁରଟି ଖୁସିରେ ଖୁସିରେ ଯାଇ ଶୋଇଗଲା । ଆଉ ମନେମନେ ମଣିଷକୁ ସାହାଯ୍ଯ ପାଇଥିବା ପଶୁଟି ତା ନୀରିହ ଚାହାଣୀରେ ଧନ୍ୟବାଦ ଦେଉଥିଲେ । ସତରେ ସମାଜର ଏଭଳି ମଣିଷଙ୍କୁ ଶତ ଶତ ସଲାମ୍…ଯଦିଓ ଭିଡିଓଟି କେଉଁ ସ୍ଥାନର ଜଣାପଡିନି ମାତ୍ର ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ।