ଲକ୍ଷ୍ନୌ: ଫେରିଲା ପୁଅ, ହସିଲା ପରିବାର । ହଜିଲା ପୁଅ କୋଳକୁ ଫେରିଆସିବା ପରେ ମାଆ ମୁହଁରେ ଫୁଟିଲା ହସ । ଆଉ ନିଜ ଜନ୍ମକଲା ପୁଅକୁ ଦେଖି ତାକୁ କୋଳେଇ ନେଇ କାନ୍ଦିଲା ମାଆ । ପୁଅ ତୁ କୁଆଡେ ଯାଇଥିଲୁ ରେ… କେଉଁଠି ଏତେ ଦିନ ଥିଲୁରେ… ତୋର କଣ ମାଆ କଥା ମନେ ପଡୁନଥିଲା କି… ଏମିତି କେତେ କଥା କହି ପୁଅ ଆଗରେ କାନ୍ଦୁଥିଲା ମାଆ । ନିଖୋଜ ପୁଅକୁ ପାଖରେ ପାଇ ମାଆ ଭାବଭାବ ହୋଇପଡ଼ିଥିବା ବେଳେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ମାଆ-ପୁଅଙ୍କ ଏହି ଇମୋସନାଲ ଭିଡିଓ ।
ଆହୁରି ପଢନ୍ତୁ- Cold Wave: କୋରାପୁଟ ରାଜ୍ୟର ସବୁଠାରୁ ଥଣ୍ଡା ସହର, ଘନ କୁହୁଡ଼ିରେ ଯାତାୟତ ବାଧାପ୍ରାପ୍ତ
ତେବେ ଉତ୍ତରପ୍ରଦେଶ ବାନ୍ଦା ପୋଲିସ ଷ୍ଟେସନ ଅଞ୍ଚଳରେ ଜଣେ ବାଳକ ୬ ବର୍ଷ ବୟସରୁ ନିଖୋଜ ଥିଲା । ଆଜିକୁ ୧୦ ବର୍ଷ ହେଲା ପୁଅ ନିଖୋଜ ଥିବାବେଳେ ତାର କୌଣସି ଖୋଜ ଖବର ନଥିଲା । ଅନେକ ଖୋଜାଖୋଜି ପରେ ନିରାଶ ହୋଇ ଘରେ ପୁଅକୁ ସବୁଦିନ ପାଇଁ ହରେଇ ଦେଇଛନ୍ତି ବୋଲି ଭାବି ବି ନେଇଥିଲେ । ମନକୁ ବୁଝେଇ ଦେଇଥିଲା ମାଆ, ପରିବାର ଲୋକ ବି ପୁଅକୁ ହରେଇ ଭାଙ୍ଗି ପଡିଥିଲେ । ହେଲେ ହଠାତ୍ ୧୦ ବର୍ଷ ପରେ ପୁଅ ଘରକୁ ଫେରିବା ପରେ ଘରେ ଖୁସି ଖେଳିଯାଇଛି । ଏବେ ପୁଅକୁ ୧୬ ବର୍ଷ ହୋଇଛି ।
ଆହୁରି ପଢନ୍ତୁ- Check Your Heart Fitness Health At Home: ଆପଣଙ୍କ ହୃଦୟ ସୁସ୍ଥ ଅଛି କି? ଘରେ କିପରି କରି ହେବ ପରୀକ୍ଷା, ଜାଣନ୍ତୁ
ଅପରେସନ ମୁସ୍କାନ ଜରିଆରେ ନାବାଳକଙ୍କୁ ଉଦ୍ଧାର କରାଯାଇ ସେମାନଙ୍କ ପରିବାର ମୁହଁରେ ହସ ଫୁଟାଇଛି ପୋଲିସ ବିଭାଗ । ଆଉ ୧୦ ବର୍ଷ ପରେ ପୁଅକୁ ପାଇ ଲୁହର ନଈ ବୁହାଇଦେଇଛି ମାଆ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/12/22/mother-son-love-2025-12-22-21-29-16.jpg)