ବିଦେଶ ଯାତ୍ରା ନକରି ମଧ୍ୟ କରୋନା ଆକ୍ରାନ୍ତ ହେଲେ କୋଲକାତାର ୬୬ବର୍ଷୀୟ ବୃଦ୍ଧ, ୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

Advertisment
୩ କୋଲକାତା ଫେରନ୍ତାଙ୍କ ଆସିଲା ଯାତ୍ରା ବିବରଣୀ

India TV

କୋଲକାତା: ପଶ୍ଚିମବଙ୍ଗରେ ପୁଣି ଜଣେ ବୃଦ୍ଧ କରୋନା ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି | ଗୁରୁବାର ଜଣେ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀ ଏ ନେଇ ସୂଚନା ଦେବା ସହ ରାଜ୍ୟରେ ମୋଟ ମାମଲା ୧୦କୁ ବୃଦ୍ଧି ପାଇଛି। ସବୁଠାରୁ ବଡ କଥା ହେଲା ବୃଦ୍ଧଜଣକ ବିଦେଶ ଯାତ୍ରା ନକରି ଏହି ରୋଗର ଶିକାର ହୋଇଛନ୍ତି | କୌଣସି ବିଦେଶ ଯାତ୍ରା ନକରି କୋଲକାତାର ନୟାବାଦରେ ରହୁଥିବା ୬୬ବର୍ଷୀୟ ବୃଦ୍ଧ କରୋନା ଦ୍ୱାରା ଆକ୍ରାନ୍ତ ହେବା ଖବର ଏବେ ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛି। ବିଶେଷ କରି ନୋଭେଲ କରୋନାଭାଇରସ୍ ରୋଗୀଙ୍କ ପାଇଁ ସ୍ଥାପିତ ଏକ ଘରୋଇ ହସ୍ପିଟାଲର ଇଣ୍ଟେନ୍ସିଭ୍ କରୋନାରୀ କେୟାର ୟୁନିଟରେ ସେ ଚିକିତ୍ସିତ ହେଉଛନ୍ତି ବୋଲି ଅଧିକାରୀ କହିଛନ୍ତି। ତାଙ୍କ ପରିବାର ସଦସ୍ୟଙ୍କୁ ଘରେ ସଙ୍ଗରୋଧରେ ରଖାଯାଇଥିବା ବେଳେ ତାଙ୍କ ବାସଭବନ ବାହାରେ ପୁଲିସ ମୁତୟନ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଅଧିକାରୀ|

Image result for Elderly man with no history of travel tests positive for COVID-19 in Kolkata Quartz

ସୂଚନା ମୁତାବକ, ବୃଦ୍ଧ ଜଣକ ନିକଟରେ ପୂର୍ବ ମେଦିନାପୁର ଜିଲ୍ଲାର ଇଗ୍ରାଠାରେ ଏକ ବିବାହ ଉତ୍ସବରେ ଯୋଗ ଦେଇଥିଲେ, ଯେଉଁଠାରେ ସେ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥାଇ ପାରନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ପ୍ରକାଶ। ବିବାହ ସମାରୋହରୁ ଘରକୁ ଆସିବା ପରେ ସେ ଜ୍ୱର ଏବଂ ଶ୍ୱାସକ୍ରିୟାରେ ସମସ୍ୟା ଥିବା ଅନୁଭବ କରିଥିଲେ। ଏହା ପରେ ତାଙ୍କୁ ମାର୍ଚ୍ଚ ୨୩ରେ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ନମୁନା ଦୁଇଥର ପରୀକ୍ଷା କରାଯିବା ପରେ ଫଳାଫଳ ପଜିଟିଭ ଆସିଥିଲା ବୋଲି ଘରୋଇ ଡାକ୍ତରଖାନାର ଜଣେ ଡାକ୍ତର କହିଛନ୍ତି। ଏବେ ତାଙ୍କୁ ଅମ୍ଳଜାନ ସହାୟତା ଏବଂ ଆବଶ୍ୟକ ଔଷଧ ଦିଆଯାଇଛି ବୋଲି ଚିକିତ୍ସା କରୁଥିବା ଡାକ୍ତରମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe