ପଞ୍ଜାବରେ ବିପୁଳ ବିଜୟ ପଥରେ ଅଗ୍ରସର ହେଉଛି ‘ଆପ୍‌’; ଇସ୍ତଫା ଦେଇ ପାରନ୍ତି ମୁଖ୍ୟମନ୍ତ୍ରୀ ଚନ୍ନୀ

ପଞ୍ଜାବରେ ବିପୁଳ ବିଜୟ ପଥରେ ଅଗ୍ରସର ହେଉଛି ‘ଆପ୍‌’; ଇସ୍ତଫା ଦେଇ ପାରନ୍ତି ମୁଖ୍ୟମନ୍ତ୍ରୀ ଚନ୍ନୀ

ନୂଆଦିଲ୍ଲୀ: ପଞ୍ଜାବ ବିଧାନସଭା ନିର୍ବାଚନ ଫଳାଫଳ ଆମ୍ ଆଦମୀ ପାର୍ଟି (‘ଆପ୍‌’) ସପକ୍ଷରେ ଯାଉଥିବା ‌ବେଳେ ମୁଖ୍ୟମନ୍ତ୍ରୀ ଥିବା କଂଗ୍ରେସ ନେତା ଚରଣଜିତ୍‌ ସିଂହ ଚନ୍ନୀ ଚଣ୍ଡୀଗଡ଼ସ୍ଥିତ ତାଙ୍କ ସରକାରୀ ବାସଭବନରେ ପହଞ୍ଚିଛନ୍ତି। ବିଶେଷସୂତ୍ରରୁ ପ୍ରକାଶ ଅବିଳମ୍ବେ ସେ ରାଜ୍ୟପାଳଙ୍କୁ ଭେଟି ଇସ୍ତଫାପତ୍ର ଦାଖଲ କରିପାରନ୍ତି।

ସଦ୍ୟତମ ସୂଚନା ଅନୁସାରେ, ୧୧୭ ଆସନ ବିଶିଷ୍ଟ ବିଧାନସଭାରେ  ଆପ୍‌ ୮୯ ଆସନରେ ଅଗ୍ରଣୀ ଥିବା ବେଳେ କଂଗ୍ରେସ ୧୪ଟି, ଅକାଳୀ ୧୦, ବିଜେପି ୩ ଓ ଅନ୍ୟାନ୍ୟ ୧ଟି ଆସନରେ ଅଗ୍ରଣୀ ଅଛନ୍ତି। ଦ୍ବିତୀୟ ଉଦ୍ୟମରେ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ‘ଆମ୍‌ ଆଦ୍‌ମୀ ପାର୍ଟି’ ପଞ୍ଜାବରେ କ୍ଷମତାସୀନ ହେବାକୁ ଯାଉଛି। ଦିଲ୍ଲୀ ପରେ ଏହା ହେଉଛି ‘ଆପ୍‌’ ନିୟନ୍ତ୍ରଣକୁ ଆସୁଥିବା ଦ୍ବିତୀୟ ରାଜ୍ୟ।

publive-image Image Courtesy of NDTV

ପଞ୍ଜାବରେ ‘ଆପ୍‌’ର ପ୍ରଚାର ଦାୟିତ୍ବ ତୁଲାଇ ଥିବା ରାଘବ ଚଢ଼ା କହିଛନ୍ତି, ଏଥିରୁ ଜଣାପଡୁଛି ‘ଆପ୍‌’ ହେଉଛି କଂଗ୍ରସର ପ୍ରାକୃତିକ ଏବଂ ଜାତୀୟ ବିକଳ୍ପ।

ସୂଚନାଯୋଗ୍ୟ ଅରବିନ୍ଦ କେଜ୍ରିୱାଲ୍‌ କହିଥିଲେ, ‘ଆପ୍‌’ ତା’ର ସମର୍ଥକମାନଙ୍କ ମଧ୍ୟରେ ଫୋନ୍‌ଦ୍ବାରା ସର୍ଭେ କରାଇ ଭଗୱନ୍ତ ସିଂହ ମାନ୍‌ଙ୍କୁ ପଞ୍ଜାବ ପାଇଁ ‘ଆପ୍‌’ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରାଯାଇଛି।

ଚଢ଼ା ଆହୁରି ମଧ୍ୟ କହିଛନ୍ତି, ଦିଲ୍ଲୀରେ ‘ଆପ୍‌’ ସରକାରଙ୍କ ଶାସନ ଢାଞ୍ଚା ଅନ୍ୟ ରାଜ୍ୟମାନଙ୍କ ପାଇଁ ଆଦର୍ଶ ସାଜିଛି। ‘ଆପ୍‌’ର ବିପୁଳ ବିଜୟ ଦଳକୁ ସୁଦୃଢ଼ କରିବା ସହ ଆଗାମୀ ୨ ବର୍ଷ ପରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ବିଜେପି-ବିରୋଧୀ ମେଣ୍ଟର ନେତା ଭାବେ ପ୍ରତିପାଦନ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe