ବିଧାନସଭା ଭୋଟ୍‌ ଗଣନା ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀମାନଙ୍କ ଦିଅଁ ଦର୍ଶନ

Advertisment
ବିଧାନସଭା ଭୋଟ୍‌ ଗଣନା ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀମାନଙ୍କ ଦିଅଁ ଦର୍ଶନ

Image Courtesy of India Today

ନୂଆଦିଲ୍ଲୀ: ଆଜି ୫ଟି ରାଜ୍ୟ- ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ, ପଞ୍ଜାବ ଏବଂ ମଣିପୁର ବିଧାନସଭା ନିର୍ବାଚନର ଭୋଟ୍‌ ଗଣନା ଚାଲିଥିବା ବେଳେ ସମ୍ପୃକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ତାଙ୍କର ପ୍ରତିଦ୍ବନ୍ଦ୍ବୀମାନେ ବିଜୟ ଲାଭ ଆଶାରେ ମନ୍ଦିରକୁ ଯାଇ ଦିଅଁ ଦର୍ଶନ କରିବା ସହିତ ପୂଜାର୍ଚ୍ଚନା କରିଛନ୍ତି।

ଏନ୍‌. ବୀରେନ୍‌ ସିଂହଙ୍କ ଠାରୁ ଚରଣଜୀତ୍‌ ସିଂହ ଚନ୍ନୀ, ପ୍ରମୋଦ ସାୱନ୍ତ ପ୍ରଭୃତି ମୁଖ୍ୟମନ୍ତ୍ରୀମାନେ ମନ୍ଦିରକୁ ଯାଇ ଦିଅଁ ଦର୍ଶନ କରିଛନ୍ତି। ହିଙ୍ଗ୍ୟାଙ୍ଗ୍‌ ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ବନ୍ଦ୍ବିତା କରୁଥିବା ମଣିପୁର ମୁଖ୍ୟମନ୍ତ୍ରୀ ବୀରେନ୍‌ ସିଂହ ଇମ୍ଫାଲ୍‌ସ୍ଥିତ ଶ୍ରୀଗୋବିନ୍ଦଜୀ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ଗଣମାଧ୍ୟମକୁ ସେ କହିଛନ୍ତି, ମୁଁ ଈଶ୍ବରଙ୍କୁ ପ୍ରାର୍ଥନା କରିଛି ଯେ, ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରି ବିଜେପି ସରକାର ଗଠନ କରିବା ସହ ଆଗାମୀ ୫ ବର୍ଷ ବିଗତ ୫ ବର୍ଷ ଭଳି ଶାନ୍ତି ଓ ବିକାଶ ପଥରେ ଅଗ୍ରସର କରାଇବ।

ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜୀତ୍‌ ସିଂହ ଚନ୍ନୀ ମଧ୍ୟ ସପରିବାର ଚମକୌର୍‌ ସାହିବ୍‌ ଗୁରୁଦ୍ବାରରେ ପ୍ରାର୍ଥନା କରିଛନ୍ତି।

ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ୍‌ ସଙ୍ଖାଲିସ୍ଥିତ ଶ୍ରୀଦତ୍ତ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି।

ଆପ୍‌ ନେତା ଭଗୱନ୍ତ୍‌ ମାନ୍‌ ମଧ୍ୟ ସଙ୍ଗ୍‌ରୁର୍‌ସ୍ଥିତ ଗୁରୁଦ୍ବାର ଗୁରସାଗର ମାସ୍ତୁନା ସାହିବ୍‌ରେ ପ୍ରାର୍ଥନା କରିଛନ୍ତି। ସ‌େ କହିଛନ୍ତି, ଆମେ ଆଶବାଦୀ ଯେ, ପଞ୍ଜାବବାସୀ ପରିବର୍ତ୍ତନ ନିମନ୍ତେ ଭୋଟ୍‌ ଦେଇଥିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe