ଆବଶ୍ୟକ ପଡିଲେ ପଶ୍ଚିମବଙ୍ଗର ସମସ୍ତ ବୁଥକୁ କରାଯିବ ସମ୍ବେଦନଶୀଳ

Advertisment
ଆବଶ୍ୟକ ପଡିଲେ ପଶ୍ଚିମବଙ୍ଗର ସମସ୍ତ ବୁଥକୁ କରାଯିବ ସମ୍ବେଦନଶୀଳ

Hindustan Times

କୋଲକାତା: ପଶ୍ଚିମବଙ୍ଗକୁ ଦୁଇ ଦିନିଆ ଗସ୍ତ ସାରିବା ପରେ ନିର୍ବାଚନ ଆୟୋଗଙ୍କ ଟିମ କହିଛନ୍ତି ଯେ ବିଧାନସଭା ନିର୍ବାଚନକୁ ନିରପେକ୍ଷ ଭାବରେ ପରିଚାଳନା କରିବା ପାଇଁ ଆବଶ୍ୟକ ପଡିଲେ ରାଜ୍ୟର ସମସ୍ତ ବୁଥକୁ 'ସମ୍ବେଦନଶୀଳ' ଘୋଷଣା କରାଯିବ | ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ବୋଲି ନିର୍ବାଚନ ଆୟୋଗର ଡେପୁଟି କମିଶନର ଡ. ସୁଦୀପ ଜୈନ କହିଛନ୍ତି।

ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଯଦି ରାଜ୍ୟରେ ସମସ୍ତ ମତଦାନ କେନ୍ଦ୍ରକୁ 'ସମ୍ବେଦନଶୀଳ' ଘୋଷଣା କରିବାର ଆବଶ୍ୟକତା ଥାଏ, ତେବେ ଆୟୋଗ ଏହା କରି ସମସ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରସ୍ତୁତ ଅଛନ୍ତି। ଡେପୁଟି ନିର୍ବାଚନ କମିଶନର ତଥା ପଶ୍ଚିମବଙ୍ଗର ଦାୟିତ୍ୱରେ ଥିବା ସୁଦୀପ ଜୈନ ପଶ୍ଚିମବଙ୍ଗର ପ୍ରଶାସନିକ ଅଧିକାରୀ, ରାଜ୍ୟର ନିର୍ବାଚନ ଆୟୋଗର ମୁଖ୍ୟ, ଜିଲ୍ଲାପାଳ ଏବଂ ପୁଲିସ ଅଧୀକ୍ଷକଙ୍କ ସହ ଆଲୋଚନା ସମୟରେ ଏହା କହିଛନ୍ତି।

ରାଜ୍ୟରେ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା ପାଇଁ ରାଜ୍ୟ ସରକାରଙ୍କ ସହଯୋଗ ଲୋଡ଼ିବା ପାଇଁ ସୂଦୀପ ଜୈନ, ମୁଖ୍ୟ ଶାସନ ସଚିବ ଆଲାପାନ୍ ବନ୍ଦୋପାଧ୍ୟାୟଙ୍କୁ ମଧ୍ୟ ଭେଟିଥିଲେ। ନିର୍ବାଚନ ଆୟୋଗଙ୍କୁ ଦୈନିକ ରିପୋର୍ଟ ପଠାଇବାକୁ ଆୟୋଗ ସମସ୍ତ ଜିଲ୍ଲାପାଳ ଏବଂ ଏସପିଙ୍କୁ କହିଛନ୍ତି। ଆୟୋଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ନିର୍ବାଚନ ଆୟୋଗ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe