ଘୋଷଣା ହେଲା ଉପନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କ ପାଇଁ ଅନୁକମ୍ପା ରାଶି : କୋଭିଡ୍ କିମ୍ବା ହିଂସାରେ ମୃତ୍ୟୁ ଘଟିଲେ ମିଳିବ ୩୦ ଲକ୍ଷ

Advertisment
ଘୋଷଣା ହେଲା ଉପନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କ ପାଇଁ ଅନୁକମ୍ପା ରାଶି : କୋଭିଡ୍ କିମ୍ବା ହିଂସାରେ ମୃତ୍ୟୁ ଘଟିଲେ ମିଳିବ ୩୦ ଲକ୍ଷ

Live Law

ନୂଆଦିଲ୍ଲୀ :  କରୋନା ମହାମାରୀ ମଧ୍ୟରେ ଅନୁଷ୍ଠିତ ହେଉଥିବା ଉପ-ନିର୍ବାଚନରେ ନିୟୋଜିତ ହୋଇଥିବା ପୁଲିସ କର୍ମୀ ଓ କେନ୍ଦ୍ରୀୟ ସଶସ୍ତ୍ର ସୁରକ୍ଷାବଳ ଯଦି କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରନ୍ତି ତା’ହେଲେ ସେମାନଙ୍କ ପରିବାରକୁ କ୍ଷତିପୂରଣ ବାବଦରେ ସରକାର ୩୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିବେ । ଏ ନେଇ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି । ଏହା ସହିତ ଉପନିର୍ବାଚନ କାର୍ଯ୍ୟରେ ନିୟୋଜିତ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ ଓ ଇ.ଏସ.ଆଇ.ଏଲ ଇଞ୍ଜିନିୟରମାନେ କୋଭିଡ୍ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କଲେ ସେମାନଙ୍କ ପରିବାରକୁ ବି କ୍ଷତିପୂରଣ ବାବଦରେ ୩୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିବାକୁ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି।

ଏହା ବ୍ୟତୀତ ଉପରୋକ୍ତ କର୍ମଚାରୀମାନେ ଉପନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା ବେଳେ ଯଦି ହିଂସାତ୍ମକ ଗଣ୍ଡଗୋଳ , ଉଗ୍ରପନ୍ଥୀ ଆକ୍ରମଣ, ବୋମା ବିସ୍ଫୋରଣ ଓ ଲ୍ୟାଣ୍ଡମାଇନ୍ସ ଦ୍ୱାରା ମୃତ୍ୟୁ ବରଣ କରନ୍ତି ତେବେ ମୃତକଙ୍କ ପରିବାରକୁ ବି ୩୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଦିଆଯିବ ବୋଲି ନିର୍ବାଚନ ଆୟୋଗ ଏକ ନିର୍ଦ୍ଦେଶନାମାରେ ସ୍ପଷ୍ଟ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe