ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କଲେ ନିର୍ବାଚନ କମିସନ: ୫ଟି ପର୍ଯ୍ୟାୟରେ ହେବ ମତଦାନ, ନଭେମ୍ବର ୩୦ରୁ ଆରମ୍ଭ

Advertisment

୨୩ ଡିସେମ୍ବରରେ ହେବ ଫଳ ଘୋଷଣା

୨୩ ଡିସେମ୍ବରରେ ହେବ ଫଳ ଘୋଷଣା

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କଲେ ନିର୍ବାଚନ କମିସନ: ୫ଟି ପର୍ଯ୍ୟାୟରେ ହେବ ମତଦାନ, ନଭେମ୍ବର ୩୦ରୁ ଆରମ୍ଭ

DD News

ନୂଆଦିଲ୍ଲୀ: ୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭା ପାଇଁ ଆସନ୍ତା ନଭେମ୍ବର ୩୦ ତାରିଖ ଠାରୁ ୫ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ନିର୍ବାଚନ କମିଶନ ଆଜି ଅପରାହ୍ଣରେ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ମତଦାନ ନଭେମ୍ବର ୩୦ ତାରିଖରେ, ଦ୍ବିତୀୟ ପର୍ଯ୍ୟାୟ ଡିସେମ୍ବର ୭, ତୃତୀୟ ପର୍ଯ୍ୟାୟରେ ଡିସେମ୍ବର ୧୨, ଚତୁର୍ଥ ପର୍ଯ୍ୟାୟରେ ଡିସେମ୍ବର ୧୬ ଓ ପଞ୍ଚମ ତଥା ଶେଷ ପର୍ଯ୍ୟାୟ ଡିସେମ୍ବର ୨୦ ତାରିଖରେ ଅନୁଷ୍ଠିତ ହେବ। ୨୩ ଡିସେମ୍ବରରେ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ।

ଚଳିତ ନିର୍ବାଚନର କାର୍ଯ୍ୟକାଳ ଆସନ୍ତା ୨୦୨୦ ଜାନୁୟାରୀ ୫ ତାରିଖରେ ଶେଷ ହେବାକୁ ଥିବା ବେଳେୂ ଏହା ପୂର୍ବରୁ ନୂତନ ବିଧାନସଭା ଗଠନ ପାଇଁ ସମସ୍ତ ପ୍ରକ୍ରିୟାକୁ ଶେଷ କରାଯିବ। ଝାଡ଼ଖଣ୍ଡ ବିଧାନମଭା ପାଇଁ ଆଜି ନିର୍ବାଚନ କମିଶନ ତାରିଖ ଘୋଷଣା କରିବା ପରେପରେ ଆଜିଠାରୁ ଝା‌ଡଖଣ୍ଡରେ ଆଦର୍ଶ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇ ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe