Image Courtesy of India Today
ନୂଆଦିଲ୍ଲୀ: ନିର୍ବାଚନ କମିସନ୍ ବୁଧବାର ରାତିରେ ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ହୋଇଥିବା ମତଦାନ ପ୍ରତିଶତ ଅପଡେଟ୍ କରିଥିଲେ। ତେବେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେ ଏହି ପ୍ରସଙ୍ଗରେ ଅଭିଯୋଗ କରି କହିଥିଲେ ଯେ ମତଦାନ ତଥ୍ୟ ପ୍ରକାଶ କରିବାରେ ଜାଣିଶୁଣି ବିଳମ୍ବ କରାଯାଉଛି ଏବଂ ଏହାକୁ ନେଇ ନିର୍ବାଚନ କମିସନଙ୍କ ବିଶ୍ବସନୀୟତା ପ୍ରତି ପ୍ରଶ୍ନ ଉଠୁଛି। କିନ୍ତୁ ଖଡ଼ଗେଙ୍କ ଅଭିଯୋଗକୁ ନିର୍ବାଚନ କମିସନ ଖଣ୍ଡନ କରିଛନ୍ତି। ଖଡ଼ଗେ ମୁକ୍ତ ଏବଂ ଅବାଧ ନିର୍ବାଚନରେ ବାଧା ସୃଷ୍ଟି କରୁଛନ୍ତି ବୋଲି କମିସନ କହିଛନ୍ତି।
କୌଣସି ତଥ୍ୟ ନଥାଇ ଖଡ଼ଗେ କରିଥିବା ଅଭିଯୋଗ ଭିତ୍ତିହୀନ ଏବଂ ସେ ଜାଣିଶୁଣି ଦ୍ବନ୍ଦ୍ବ ବଢ଼ାଇବାପାଇଁ ଉଦ୍ୟମ କରୁଛନ୍ତି ବୋଲି କମିସନ କହିଛନ୍ତି। ଚୂଡ଼ାନ୍ତ ମତଦାନ ପ୍ରତିଶତ ଦେବାରେ ବିଳମ୍ବ ଅଭିଯୋଗକୁ ଖଣ୍ଡନ କରି କମିସନ କହିଛନ୍ତି, ନିର୍ବାଚନ ଦିନଠାରୁ ଅପଡେଟ୍ ମତଦାନ ପ୍ରତିଶତ ସର୍ବଦା ଅଧିକ ରହିଥାଏ। ଉଲ୍ଲେଖଯୋଗ୍ୟ, ନିର୍ବାଚନ କମିସନ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପରେ ମତଦାନ ପ୍ରତିଶତ ଅପଡେଟ୍ କରିବାପରେ ଖଡ଼ଗେ ଏହାକୁ ନେଇ ଅଭିଯୋଗ ଉଠାଇଥିଲେ। ୨୦୧୯ରେ ବି ସମାନ ଘଟଣା ଘଟିଥିଲା ବୋଲି କହି ଖଡ଼ଗେ ନିର୍ବାଚନ କମିସନଙ୍କୁ ସମାଲୋଚନା କରିଥିଲେ।
Follow Us