ଆଜି ଅପରାହ୍ଣରେ ପଶ୍ଚିମବଙ୍ଗ, ଆସାମ, କେରଳ, ତାମିଲନାଡୁ ଓ ପୁଡୁଚେରୀ ପାଇଁ ନିର୍ବାଚନ ତାରିଖ ଘୋଷଣା କରିବେ ନିର୍ବାଚନ କମିସନ୍‌

Advertisment
ଆଜି ଅପରାହ୍ଣରେ ପଶ୍ଚିମବଙ୍ଗ, ଆସାମ, କେରଳ, ତାମିଲନାଡୁ ଓ ପୁଡୁଚେରୀ ପାଇଁ ନିର୍ବାଚନ ତାରିଖ ଘୋଷଣା କରିବେ ନିର୍ବାଚନ କମିସନ୍‌

Image Courtesy of India Today

ନୂଆଦିଲ୍ଲୀ: ନିର୍ବାଚନ କମିସନ ଆଜି ଅପରାହ୍ଣରେ ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ନିମନ୍ତେ ତାରିଖ ଘୋଷଣା କରିବେ।

ଆଜି ଅପରାହ୍ଣ ୪.୩୦ ମିନିଟ୍‌ରେ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ଆସାମ, କେରଳ, ପୁଡୁଚେରୀ, ତାମିଲନାଡୁ ଓ ପଶ୍ଚିମବଙ୍ଗ ପାଇଁ ନିର୍ବାଚନ ତାରିଖ ଘୋଷଣା କରାଯିବ ବୋଲି ନିର୍ବଚନ କମିସନ୍‌ ତରଫରୁ ଦିଆଯାଇଥିବା ବିବୃତିରୁ ଜଣାପଡ଼ିଛି।

publive-image Image Courtesy of The Indian Express

ଆଗାମୀ ଏପ୍ରିଲ୍‌ ଓ ମେ ମାସରେ ଉପରୋକ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ନିର୍ବାଚନ କରାଯିବ। ଏଥିନିମନ୍ତେ ତାରିଖ ଚୂଡ଼ାନ୍ତ କରିବା ପାଇଁ ବୁଧବାର ଦିନ ନିର୍ବାଚନ କମିସନ୍‌ରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏଥିରେ ଅଧ୍ୟକ୍ଷତା କରିଥିଲେ ମୁଖ୍ୟ ନିର୍ବାଚନ କମିସନର୍‌ ସୁନୀଲ ଅରୋରା।

ଉଲ୍ଲେଖଯୋଗ୍ୟ, ଦେଶରେ କରୋନାଭାଇରସ୍‌ ମହାମାରୀ ମଧ୍ୟରେ ଏହା ହେବ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ। ଗତବର୍ଷ ଅକ୍ଟୋବର ଓ ନଭେମ୍ବର ମାସରେ ବିହାରରେ ତିନୋଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe