ପରବର୍ତ୍ତୀ ‘ମୁଖ୍ୟ ନିର୍ବାଚନ କମିସନର୍‌’ ହେବେ ନିର୍ବାଚନ କମିସନର୍‌ ସୁଶୀଲ ଚନ୍ଦ୍ର: ରିପୋର୍ଟ

Advertisment
ପରବର୍ତ୍ତୀ ‘ମୁଖ୍ୟ ନିର୍ବାଚନ କମିସନର୍‌’ ହେବେ ନିର୍ବାଚନ କମିସନର୍‌ ସୁଶୀଲ ଚନ୍ଦ୍ର: ରିପୋର୍ଟ

Image Courtesy of Mint

ନୂଆଦିଲ୍ଲୀ: ନିର୍ବାଚନ କମିସନର୍‌ ସୁଶୀଲ ଚନ୍ଦ୍ର ଦେଶର ପରବର୍ତ୍ତୀ ‘ମୁଖ୍ୟ ନିର୍ବାଚନ କମିସନର୍‌’ ହେବେ ବୋଲି ରବିବାର ଦିନ ଏକ ବିଶେଷସୂତ୍ରରୁ ଜଣାପଡ଼ିଛି।

ରୀତି ଅନୁଯାୟୀ ବରିଷ୍ଠତମ ନିର୍ବାଚନ କମିସନର୍‌ଙ୍କୁ ‘ମୁଖ୍ୟ ନିର୍ବାଚନ କମିସନର୍‌’ ଭାବେ ସରକାର ନିଯୁକ୍ତି ଦିଅନ୍ତି। ନିର୍ବାଚନ ସଦନର ମୁଖ୍ୟ ପଦବୀରେ ଅବସ୍ଥାନ କରାଇବା ନିମନ୍ତେ ସରକାର ସୁଶୀଲ୍‌ ଚନ୍ଦ୍ରଙ୍କର ନାମ ଅନୁମୋଦନ କରିଥିବା କୁହାଯାଉଛି।

ଯେକୌଣସି ସମୟରେ ସରକାର ଏହା ଘୋଷଣା କରିପାରନ୍ତି ବୋଲି ସମ୍ପୃକ୍ତ ସୂତ୍ରରୁ ସୂଚନା ମିଳିଛି।

ଏବେ ମୁଖ୍ୟ ନିର୍ବାଚନ କମିସନର୍‌ ଥିବା ସୁନୀଲ ଅରୋରା ଅବସର ନେବା ପରଦିନ, ଅର୍ଥାତ୍‌ ଏପ୍ରିଲ୍‌ ୧୩ ତାରିଖ ଦିନ ଚନ୍ଦ୍ର ଦାୟିତ୍ୱ ଗ୍ରହଣ କରିବେ। ୨୦୨୨ ମେ ୧୪ ତାରିଖ ପର୍ଯ୍ୟନ୍ତ ସେ ‘ମୁଖ୍ୟ ନିର୍ବାଚନ କମିସନର୍‌’ ପଦବୀରେ ରହିବେ।

ନିର୍ବାଚନ କମିସନର୍‌ ହେବା ପୂର୍ବରୁ ଚନ୍ଦ୍ର ‘ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ଡାଇରେକ୍ଟ୍‌ ଟ୍ୟାକ୍‌ସେସ୍‌’ର ଚେୟାର୍‌ମ୍ୟାନ୍‌ ଥିଲେ।

ସେ ଏହି ପଦବୀରେ ଥିବା ସମୟରେ ଗୋଆ, ମଣିପୁର, ଉତ୍ତରାଖଣ୍ଡ, ପଞ୍ଜାବ ଏବଂ ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ଆୟୋଜନ କରାଯିବ। ଆସନ୍ତାବର୍ଷ ମାର୍ଚ ମାସର ବିଭିନ୍ନ ତାରିଖରେ ଗୋଆ, ମଣିପୁର, ଉତ୍ତରାଖଣ୍ଡ ଏବଂ ପଞ୍ଜାବରେ ବିଧାନସଭା କାର୍ଯ୍ୟକାଳ ପୂରଣ ହେବ।  ସେହିଭଳି ଆସନ୍ତାବର୍ଷ ମେ ୧୪ ତାରିଖରେ ଉତ୍ତର ପ୍ରଦେଶ ବିଧାନସଭା କାର୍ଯ୍ୟକାଳ ପୂରଣ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe