ନିର୍ବାଚନ ଫଳାଫଳ: ପଶ୍ଚିମବଙ୍ଗରେ ‘ଟିଏମ୍‌ସି’ ୩୮ଟି ଆସନରେ ଆଗୁଆ; ତାମିଲନାଡୁରେ ଆଗୁଆ ରହିଛି ‘ଡିଏମ୍‌କେ’

ନିର୍ବାଚନ ଫଳାଫଳ: ପଶ୍ଚିମବଙ୍ଗରେ ‘ଟିଏମ୍‌ସି’ ୩୮ଟି ଆସନରେ ଆଗୁଆ; ତାମିଲନାଡୁରେ ଆଗୁଆ ରହିଛି ‘ଡିଏମ୍‌କେ’

Image Courtesy of Money Control

ନୂଆଦିଲ୍ଲୀ: ଆଜି ସକାଳ ୮ଟାରେ ପଶ୍ଚିମବଙ୍ଗ, ଆସାମ, କେରଳ ଏବଂ ତାମିଲନାଡୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀ ବିଧାନସଭା ନିମନ୍ତେ ଗ୍ରହଣ କରାଯାଇଥିବା ଭୋଟ୍‌ଗୁଡ଼ିକର ଗଣନା ଆରମ୍ଭ ହେବା ପରେ ପଶ୍ଚିମବଙ୍ଗରେ ‘ତୃଣମୂଳ କଂଗ୍ରେସ’ ୩୮ଟି ଆସନରେ ଆଗୁଆ ରହିଥିବା କଥା ‘ଟ୍ରେଣ୍ଡ୍‌’ରୁ ଜଣାପଡ଼ିଛି। ସେଠାରେ ‘ବିଜେପି’ ମଧ୍ୟ ‘ତୃଣମୂଳ କଂ‌ଗ୍ରେସ’ ଠାରୁ ଖୁବ୍‌ ସ୍ବଳ୍ପ ଭୋଟ୍‌ ବ୍ୟବଧାନରେ ରହିଛି।

ନନ୍ଦୀଗ୍ରାମରେ ମମତା ବାନାର୍ଜୀ ଆଗୁଆ ଥିବା ବେଳେ ଟଲିଗଞ୍ଜ୍‌ରେ ବିଜେପି ପ୍ରାର୍ଥୀ ବାବୁଲ୍‌ ସୁପ୍ରିଓ ଆଗୁଆ ରହିଛନ୍ତି।

publive-image Image Courtesy of India Today

ପ୍ରଥମେ ‘ତୃଣମୂଳ କଂଗ୍ରେସ’ ୧୫ଟି ଆସନରେ ଆଗୁଆ ଥିବା ବେଳେ ‘ବିଜେପି’ ୧୩ଟି ଆସନରେ ଆଗୁଆ ଥିଲା।

ସେହିଭଳି, ଆସାମରେ କଂଗ୍ରେସ ଓ ବିଜେପି ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ଚାଲିଥିବା ପ୍ରାରମ୍ଭିକ ଟ୍ରେଣ୍ଡ୍‌ରୁ ଜଣାପଡ଼ିଛି। ସେଠାରେ ବିଜେପି ୪ଟି ଆସନରେ ଆଗୁଆ ଥିବାବେଳେ କଂଗ୍ରେସ ୩ଟି ଆସନରେ ଆଗୁଆ ରହିଛି।

କେରଳରେ ‘ଏଲ୍‌ଡିଏଫ୍‌’ ତ୍ରିପୁନିତୁରା, ପିରବୋମ, ଅରୁବିକରା ଏବଂ କୋବଲମ୍‌ ଆଦି ୪ଟି ଆସନରେ ଆଗୁଆ ରହିଛି ଏବଂ ‘ୟୁଡିଏଫ୍‌’ କୌଣସି ଆସନରେ ଆଗୁଆ ହୋଇ ପାରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe