ରାଷ୍ଟ୍ରପତି ଶାସନରେ ନିର୍ବାଚନ ଜରୁରି: ଶୁଭେନ୍ଦୁ

Advertisment

ପଶ୍ଚିମବଙ୍ଗରେ ୱକଫ୍‌ ବିରୋଧୀ ବିକ୍ଷୋଭ ହିନ୍ଦୁ ବିରୋଧୀ ହିଂସାରେ ପରିବର୍ତ୍ତିତ ହୋଇଛି। ମୁର୍ଶିଦାବାଦରେ ଶତାଧିକ ହିନ୍ଦୁ ପରିବାର ପଳାୟନ କରିଛନ୍ତି। ଏଭଳି ସ୍ଥିତିରେ ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଜାରି କରିବା ସହ ବିଧାନସଭା ନିର୍ବାଚନ

ପଶ୍ଚିମବଙ୍ଗରେ ୱକଫ୍‌ ବିରୋଧୀ ବିକ୍ଷୋଭ ହିନ୍ଦୁ ବିରୋଧୀ ହିଂସାରେ ପରିବର୍ତ୍ତିତ ହୋଇଛି। ମୁର୍ଶିଦାବାଦରେ ଶତାଧିକ ହିନ୍ଦୁ ପରିବାର ପଳାୟନ କରିଛନ୍ତି। ଏଭଳି ସ୍ଥିତିରେ ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଜାରି କରିବା ସହ ବିଧାନସଭା ନିର୍ବାଚନ

subhendu

କୋଲକାତା: ପଶ୍ଚିମବଙ୍ଗରେ ୱକଫ୍‌ ବିରୋଧୀ ବିକ୍ଷୋଭ ହିନ୍ଦୁ ବିରୋଧୀ ହିଂସାରେ ପରିବର୍ତ୍ତିତ ହୋଇଛି। ମୁର୍ଶିଦାବାଦରେ ଶତାଧିକ ହିନ୍ଦୁ ପରିବାର ପଳାୟନ କରିଛନ୍ତି। ଏଭଳି ସ୍ଥିତିରେ ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଜାରି କରିବା ସହ ବିଧାନସଭା ନିର୍ବାଚନ ଅନୁଷ୍ଠିତ କରିବାକୁ ବିରୋଧୀ ଦଳ ନେତା ତଥା ବିଜେପି ବିଧାୟକ ଶୁଭେନ୍ଦୁ ଅଧିକାରୀ ଦାବି କରିଛନ୍ତି। ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇ ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ମୁର୍ଶିଦାବାଦରେ ବସ୍ଫୋରଣ, ଗୁଳିମାଡ଼ ହୋଇଛି।

ଏହି ସମସ୍ତ ଦେଶବିରୋଧୀ ଘଟଣାର ଏନ୍‌ଆଇଏ ତଦନ୍ତ ହେବା ଆବଶ୍ୟକ ବୋଲି ସେ ଆବେଦନ କରିଛନ୍ତି। ଯେଉଁଠାରେ ହିନ୍ଦୁମାନେ ସଂଖ୍ୟାଲଘୁ ସେମାନେ ଭୋଟ ଦେବାକୁ ସୁଯୋଗ ଦେଉନାହାନ୍ତି, ଏଣୁ ଗଣତନ୍ତ୍ରର ସୁରକ୍ଷା ନିମନ୍ତେ ରାଷ୍ଟ୍ରପତି ଶାସନ ଅଧୀନରେ ରାଜ୍ୟର ବିଧାନସଭା ନିର୍ବାଚନ‌ ହେବା ଉଚିତ। ସେହିଭଳି ବିଜେପିର ରାଜ୍ୟ ଅଧ୍ୟକ୍ଷ ସୁକାନ୍ତ ମଜୁମଦାର କହିଛନ୍ତି, ପଶ୍ଚିମବଙ୍ଗରେ ବାଂଲାଦେଶର ସ୍ଥିତି ସୃଷ୍ଟି ହୋଇଛି। ଏଠାକାର ହିନ୍ଦୁମାନେ ବୁଝିସାରିଛନ୍ତି ଯେ ପଶ୍ଚିମବଙ୍ଗକୁ ମମତା ବାନାର୍ଜୀ ବାଂଲାଦେଶର ଏକ ପ୍ରତିରୂପ ବନେଇ ସାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe