୧୮ଟି ରାଜ୍ୟସଭା ଆସନ ପାଇଁ ଜୁନ ୧୯ରେ ହେବ ନିର୍ବାଚନ

୧୮ଟି ରାଜ୍ୟସଭା ଆସନ ପାଇଁ ଜୁନ ୧୯ରେ ହେବ ନିର୍ବାଚନ

ndtv

ନୂଆଦିଲ୍ଲୀ: ୧୮ଟି ରାଜ୍ୟସଭା ଆସନ ପାଇଁ ଜୁନ୍ ୧୯ରେ ନିର୍ବାଚନ ହେବ | ଆଜି ଏ ନେଇ ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ । ମାର୍ଚ୍ଚରେ ହେବାକୁ ଥିବା ଏହି ନିର୍ବାଚନ କରୋନାଭାଇରସ୍ ମହାମାରୀ ଏବଂ ପରେ କରାଯାଇଥିବା ଦେଶବ୍ୟାପୀ ଲକଡାଉନକୁ ଦୃଷ୍ଟିରେ ରଖି ସ୍ଥଗିତ ରଖାଯାଇଥିଲା। ବର୍ତ୍ତମାନ ଧୀରେ ଧୀରେ ଲକଡାଉନ ପ୍ରତିବନ୍ଧକକୁ କୋହଳ କରାଯାଉଥିବାରୁ ଆୟୋଗ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ନିର୍ବାଚନ ପରିଚାଳନା ପାଇଁ ବ୍ୟବସ୍ଥା କରୁଥିବାବେଳେ କୋଭିଡ-୧୯ କଣ୍ଟେଣ୍ଟମେଣ୍ଟ ଜୋନ ପାଇଁ ଜାରି ନିର୍ଦ୍ଦେଶନାମା ପାଳନ କରାଯାଉଛି କି ନାହିଁ, ତାହା ନିଶ୍ଚିତ କରିବାକୁ ମୁଖ୍ୟ ସଚିବମାନଙ୍କୁ ଜଣେ ବରିଷ୍ଠ ଅଧିକାରୀଙ୍କୁ ନିୟୋଜିତ କରିବାକୁ କୁହାଯାଇଛି ବୋଲି ଆୟୋଗ କହିଛନ୍ତି।

EC Announces Elections For 18 Rajya Sabha Seats To Be Held On June 19 News18.com

ଫେବୃଆରୀରେ ଆୟୋଗ ୧୭ଟି ରାଜ୍ୟରେ ୫୫ଟି ସିଟ୍ ପୂରଣ ପାଇଁ ନିର୍ବାଚନ ଘୋଷଣା କରିଥିଲେ। କିନ୍ତୁ ମାର୍ଚ୍ଚରେ ୧୦ଟି ରାଜ୍ୟରେ ୩୭ଟି ସିଟ ବିନା କୌଣସି ନିର୍ବାଚନରେ ପୂରଣ ହୋଇଥିଲା ବୋଲି ରିଟର୍ଣ୍ଣିଂ ଅଫିସରମାନେ କହିଛନ୍ତି। ଆୟୋଗ ଆଜି କହିଛନ୍ତି ଯେ ସମସ୍ତ କାରଣକୁ ଧ୍ୟାନରେ ରଖି ୧୮ଟି ଆସନରେ ନିର୍ବାଚନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ତାଲିକାରେ ଆନ୍ଧ୍ରପ୍ରଦେଶ ଏବଂ ଗୁଜୁରାଟରୁ ୪ଟି ଲେଖାଏଁ , ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରୁ ତିନୋଟି ଲେଖାଏଁ , ଝାଡ଼ଖଣ୍ଡରୁ ଦୁଇଟି ଏବଂ ଉତ୍ତର-ପୂର୍ବ ରାଜ୍ୟ ମେଘାଳୟ ଏବଂ ମଣିପୁରରୁ ଗୋଟିଏ ଲେଖାଏଁ ସିଟ୍ ରହିଛି। ଜୁନ୍ ୧୯ରେ ସକାଳ ୯ଟାରୁ ମତଦାନ ଆରମ୍ଭ ହେବ ବୋଲି ଜଣା ପଡିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe