ମାର୍ଚ୍ଚ ୨୭ରୁ ୪ ରାଜ୍ୟ ଓ କେନ୍ଦ୍ରଶାସିତ ପୁଡ଼ୁଚେରିରେ ନିର୍ବାଚନ

Advertisment
ମାର୍ଚ୍ଚ ୨୭ରୁ ୪ ରାଜ୍ୟ ଓ କେନ୍ଦ୍ରଶାସିତ ପୁଡ଼ୁଚେରିରେ ନିର୍ବାଚନ

freepressjournal.in

ପଶ୍ଚିମବଙ୍ଗ, ଆସାମରେ ମାର୍ଚ୍ଚ ୨୭ରୁ
କେରଳ, ତାମିଲନାଡ଼ୁ, ପୁଡ଼ୁଚେରିରେ ଏପ୍ରିଲ୍‌ ୬ରେ ଭୋଟ୍‌
ମେ’ ୨ରେ ଗଣତି

ନୂଆଦିଲ୍ଲୀ : କରୋନା ମହାମାରୀ ମଧ୍ୟରେ ଦେଶର ନିର୍ବାଚନ କମିସନ ଆଜି ନିର୍ବାଚନୀ ବିଗୁଲ୍‌ ବଜାଇଛନ୍ତି। ଦେଶର ୪ଟି ରାଜ୍ୟ ଯଥା ପଶ୍ଚିମବଙ୍ଗ, ଆସାମ, ତାମିଲନାଡ଼ୁ ଏବଂ କେରଳ ସମେତ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରି ବିଧାନସଭା ପାଇଁ ଭାରତର ନିର୍ବାଚନ କମିସନ ତାରିଖ ଘୋଷଣା କରିଛନ୍ତି।

ମାର୍ଚ୍ଚ ୨୭ ତାରିଖରୁ ମତଦାନ ଆରମ୍ଭ ହୋଇ ଏପ୍ରିଲ ୨୯ ତାରିଖ ପର୍ଯ୍ୟନ୍ତ ୮ଟି ଚରଣରେ ଭୋଟରମାନେ ଭୋଟ ଦେବେ। ଏହି ୫ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଅଧୀନ‌େର ମୋଟ ୮୨୪ ବିଧାନସଭା ଆସନ ରହିଛି। ଚଳିତ ନିର୍ବାଚନରେ ୧୮.୬୮ କୋଟି ଭୋଟର ୨.୭ ଲକ୍ଷ କେନ୍ଦ୍ରରେ ମତଦାନ କରିବେ। ମେ’ ୨ ରେ ନିର୍ବାଚନ ଫଳ ଘୋଷଣା ହେବ। ଆରବ ସାଗରରୁ ଗଙ୍ଗାସାଗର ଯାଏଁ ୬୨ ଦିନ ବ୍ୟାପୀ ନିର୍ବାଚନ ପର୍ବ ଚାଲିବ। ନିର୍ବାଚନ ତାରିଖ ଘୋଷଣା ସ‌ହିତ ଆଜିଠୁ ଆଦର୍ଶ ଆଚରଣ ବିଧି ଲାଗୁ କରାଯାଇଛି। ପଶ୍ଚିମବଙ୍ଗରେ ସର୍ବାଧିକ ୮ଟି ପର୍ଯ୍ୟାୟରେ ଭୋଟ ହେବ। ଆସାମରେ ୩ ଏବଂ ଅବଶିଷ୍ଟ ତିନିଟି ବିଧାନସଭା ପାଇଁ ଗୋଟିଏ ପର୍ଯ୍ୟାୟରେ ଭୋଟଗ୍ରହଣ ହେବ। ଆସାମ ଏବଂ ପଶ୍ଚିମବଙ୍ଗରୁ ମାର୍ଚ୍ଚ ୨୭ ତାରିଖରୁ ଭୋଟ୍‌ ଆରମ୍ଭ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe