‘ନିର୍ବାଚନୀ ବଣ୍ଡ’ ଯୋଜନାକୁ ନିର୍ବାଚନ କମିସନଙ୍କ ବିରୋଧ, ସୁପ୍ରିମ୍‌ କୋର୍ଟରେ ଜବାବ ଦାଖଲ

Advertisment
‘ନିର୍ବାଚନୀ ବଣ୍ଡ’ ଯୋଜନାକୁ ନିର୍ବାଚନ କମିସନଙ୍କ ବିରୋଧ, ସୁପ୍ରିମ୍‌ କୋର୍ଟରେ ଜବାବ ଦାଖଲ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ନିର୍ବାଚନୀ ବଣ୍ଡ୍‌ ଯୋଜନାକୁ ନିର୍ବାଚନ କମିସନ ବିରୋଧ କରିଛନ୍ତି। ଏଥିଯୋଗୁଁ ରାଜନୈତିକ ଦଳମାନଙ୍କ ଚାନ୍ଦା ହାସଲରେ ସ୍ବଚ୍ଛତା ରହିବ ନାହିଁ ଏବଂ ଏହା ବେଆଇନ କାର୍ଯ୍ୟକୁ ପ୍ରଶ୍ରୟ ଦେବ ବୋଲି ନିର୍ବାଚନ କମିସନ ଆଜି ସୁପ୍ରିମ୍‌ କୋର୍ଟରେ ଜବାବ ଦାଖଲ କରି କହିଛନ୍ତି। ନିର୍ବାଚନୀ ବଣ୍ଡକୁ ସାମ୍ବିଧାନିକ ମାନ୍ୟତା ଦେବା ମାମଲାରେ ଶୁଣାଣି ବେଳେ ଆଜି କମିସନ ନିଜ ପକ୍ଷ ରଖିଥିଲେ। ଏହି ବଣ୍ଡ ଦ୍ବାରା ରାଜନୈତିକ ଦଳମାନେ ସରକାରୀ କମ୍ପାନି ଏବଂ ବିଦେଶୀ ଉତ୍ସରୁ ଅର୍ଥ ସଂଗ୍ରହ କରିପାରିବେ, ଯାହାକି ଆଇନର ଉଲ୍ଲଂଘନ ହେବ। ଚାନ୍ଦା ଆଦାୟରେ ସ୍ବଚ୍ଛତା ରଖିବା ପାଇଁ ଯେଉଁସବୁ ପଦକ୍ଷେପ ନିର୍ବାଚନ କମିସନ ଗ୍ରହଣ କରୁଛନ୍ତି ଏହି ବ୍ୟବସ୍ଥା ତାହାର ଘୋର ବିରୋଧୀ ବୋଲି କମିସନ ସତ୍ୟପାଠ ଦାଖଲ କରି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe