ବୈଦ୍ୟୁତିକ ରାଜପଥ ତିଆରି କରାଯାଉଛି, ରାସ୍ତାରେ ଚାଲିବା ବେଳେ ଚାର୍ଜ ହେବ ଗାଡ଼ି: ନିତିନ ଗଡ଼କରୀ

Advertisment
ବୈଦ୍ୟୁତିକ ରାଜପଥ ତିଆରି କରାଯାଉଛି, ରାସ୍ତାରେ ଚାଲିବା ବେଳେ ଚାର୍ଜ ହେବ ଗାଡ଼ି: ନିତିନ ଗଡ଼କରୀ

ନୂଆଦିଲ୍ଲୀ: ଖୁବ ଶୀଘ୍ର ରାସ୍ତାରେ ଚାଲିବା ସମୟରେ ଚାର୍ଜ ହେବ ଗାଡ଼ି। ଏଥିପାଇଁ ଲୋକଙ୍କୁ ଆଉ ଘଣ୍ଟା ଘଣ୍ଟା ଚାର୍ଜି ଷ୍ଟେସନରେ ଲାଇନ ଲଗାଇବାକୁ ପଡ଼ିବ ନାହିଁ। ଏବେ ଏଭଳି ଘୋଷଣା କରିଛନ୍ତି କେନ୍ଦ୍ର ସଡ଼କ, ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ। ସୌର ଶକ୍ତି ଦ୍ୱାରା ଚାଳିତ ବୈଦ୍ୟୁତିକ ରାଜପଥ ବିକାଶ ପାଇଁ ସରକାର କାର୍ଯ୍ୟ କରୁଛନ୍ତି, ଯାହା ଦ୍ବାରା ଭାରୀ ଟ୍ରକ୍ ଏବଂ ବସ୍ ଚାର୍ଜ କରିବା ସହଜ ହେବ ବୋଲି କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି।

ଇଣ୍ଡୋ-ଆମେରିକୀୟ ଚାମ୍ବର ଅଫ୍ କମର୍ସ (ଆଇଏସିସି) ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଗଡକରୀ କହିଛନ୍ତି ଯେ, ବିଦ୍ୟୁତକୁ ନେଇ ସରକାର ଭାରତର ପରିବହନ ବ୍ୟବସ୍ଥା ବିକାଶ କରିବାକୁ ଚାହୁଁଛନ୍ତି। ବୈଦ୍ୟୁତିକ ଗତିଶୀଳତା ପାଇଁ ସରକାର ସୌର ଏବଂ ପବନ ଶକ୍ତି ଆଧାରିତ ଚାର୍ଜିଂ ଯନ୍ତ୍ରକୌଶଳକୁ ଉତ୍ସାହିତ କରୁଛନ୍ତି। ଆମେ ମଧ୍ୟ ବୈଦ୍ୟୁତିକ ରାଜପଥ ବିକାଶ ପାଇଁ କାର୍ଯ୍ୟ କରୁଛୁ, ଯାହା ସୌର ଶକ୍ତି ଦ୍ୱାରା ଚାଳିତ ହେବ ଏବଂ ଏହା ଦ୍ବାରା ଚାଲିବା ସମୟରେ ହିଁ ଭାରୀ ଟ୍ରକ୍ ଏବଂ ବସ୍ ଚାର୍ଜ ହୋଇପାରିବ। ରାସ୍ତା ସହ ସରକାର ଟୋଲ ପ୍ଲାଜାକୁ ସୌର ଶକ୍ତି ଦ୍ୱାରା ଚାଳିତ କରିବାକୁ ମଧ୍ୟ ଉତ୍ସାହିତ କରୁଛନ୍ତି।

ତେବେ ବୈଦ୍ୟୁତିକ ରାଜପଥ ସାଧାରଣତ ଏକ ଏଭଳି ସଡକକୁ ବୁଝାଏ, ଯେଉଁ ସଡ଼କ ଚଳାଚଳ କରୁଥିବା ଗାଡ଼ିକୁ ଚାର୍ଜ କରିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe