ମନଇଚ୍ଛା ବିଦ୍ୟୁତ କାଟିଲେ ଏଣିକି ଆପଣଙ୍କୁ ମିଳିବ କ୍ଷତିପୂରଣ, ମୋଦୀ ସରକାର ଆଣୁଛନ୍ତି ଏମିତି ଏକ ବିଲ

Advertisment
ଉପଭୋକ୍ତା ଆଶ୍ବସ୍ତ: ବଢ଼ିବନି ବିଜୁଳି ଦର, ବିଲ୍‌ ପଇଠରେ ବିଳମ୍ବ ହେଲେ ଜରିମାନା ନାହିଁ

New Indian Express

ନୂଆଦିଲ୍ଲୀ: ବିଦ୍ୟୁତ୍ ସେବା ଯୋଗାଉଥିବା କମ୍ପାନୀକୁ ନେଇ ଯଦି ଆପଣ ଖୁସି ନାହାଁନ୍ତି କିମ୍ବା ସେମାନଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ସେବାକୁ ନେଇ ଆପଣ ଖୁସି ନୁହଁନ୍ତି, ତେବେ ଏଣିକି ଆପଣ ନିଜ ଇଚ୍ଛା ଅନୁଯାୟୀ ବିଦ୍ୟୁତ୍ କମ୍ପାନୀ ବଦଳାଇପାରିବେ | ଯେଭଳି ଜଣେ ମୋବାଇଲ ଅପରେଟର ବାଛିବାରେ ବିକଳ୍ପ ପାଇପାରୁଛି ଏବଂ ଇଚ୍ଛା ଅନୁଯାୟୀ ନୂତନ କମ୍ପାନୀକୁ ପୋର୍ଟ କରିପାରୁଛନ୍ତି ସେଭଳି ସୁବିଧା ଏହି ବିଲରେ ରହିଛି | ସୂଚନା ଥାଉ କି ସୋମବାରଠାରୁ ମୌସୁମୀ ଅଧିବେଶନ ଆରମ୍ଭ ହେଉଛି | ଆଉ ଏଥିରେ କେନ୍ଦ୍ର ସରକାର ଇଲେକ୍ଟ୍ରିସିଟି ଅମେଣ୍ଡମେଣ୍ଟ ବିଲ ୨୦୨୧ ଆଣିବାକୁ ଯାଉଛନ୍ତି | ଯଦି ଏହି ବିଲ ସଂସଦରେ ପାରିତ ହୋଇଯାଏ ତେବେ ବିଦ୍ୟୁତ ଉପଭୋକ୍ତାଙ୍କୁ ଅନେକ ଗୁଡିଏ ସୁବିଧା ମିଳିବ |

ଏଥିରେ ଏକ ଅଂଚଳରେ ଅନେକ ବିଦ୍ୟୁତ କମ୍ପାନୀକୁ ଯୋଗାଣର ଦାୟିତ୍ୱ ଦିଆଯିବ ଯାହାଦ୍ୱାରା ଗ୍ରାହକମାନେ ନିଜ ପସନ୍ଦର କମ୍ପାନୀ ବାଛିବା ପାଇଁ ବିକଳ୍ପ ପାଇବେ। ଶକ୍ତି ଏବଂ ନବୀକରଣ ଯୋଗ୍ୟ ଶକ୍ତି ମନ୍ତ୍ରୀ ଆର.କେ ସିଂଙ୍କ କହିବାନୁସାରେ, ସରକାର ବିଦ୍ୟୁତ ସଂଶୋଧନ ବିଲ୍(ଇଲେକ୍ଟ୍ରିସିଟି ଅମେଣ୍ଡମେଣ୍ଟ ବିଲ ୨୦୨୧) ଆଗତ କରିପାରନ୍ତି | ଯଦି ଏହି ବିଲ ପାରିତ ହୋଇଯାଏ ତେବେ ଏହା ବିଦ୍ୟୁତ୍ ବଣ୍ଟନ କ୍ଷେତ୍ରରେ ଏକ ପ୍ରମୁଖ ସଂସ୍କାର ହେବ, ଯାହା ଗ୍ରାହକଙ୍କୁ ଏକ ବଡ ଶକ୍ତି ଦେବ। ଏହି ବିଲ୍ ପାରିତ ହେବା ପରେ ଘରୋଇ କମ୍ପାନୀଗୁଡିକ ବିଦ୍ୟୁତ୍ ବିତରଣ କ୍ଷେତ୍ରରେ ପ୍ରବେଶ କରିବା ପାଇଁ ରାସ୍ତା ଖୋଲିବ, କାରଣ ଲାଇସେନ୍ସ ନେବାକୁ ଆବଶ୍ୟକ ହେବ ନାହିଁ |

ଏହାଦ୍ୱାରା ପ୍ରତିଯୋଗିତା ମଧ୍ୟ ବୃଦ୍ଧି ପାଇବ ଓ ଏହାର ଲାଭ ସିଧାସଳଖ ବିଦ୍ୟୁତ୍ ଉପଭୋକ୍ତା ହିଁ ପାଇବେ | ବର୍ତ୍ତମାନ ବିଦ୍ୟୁତ୍ ବିତରଣ କ୍ଷେତ୍ରରେ ଅଳ୍ପ କିଛି ସରକାରୀ ଏବଂ ବେସରକାରୀ କମ୍ପାନୀ ପ୍ରାଧାନ୍ୟ ବିସ୍ତାର କରୁଛନ୍ତି। ଏହି ବିଲରେ ଗ୍ରାହକଙ୍କୁ ଅଧିକ ଶକ୍ତିଶାଳୀ କରାଯାଇଛି, ଯଦି କୌଣସି କମ୍ପାନୀ ସୂଚନା ନ ଦେଇ ବିଦ୍ୟୁତ୍ କାଟ କରନ୍ତି, ତେବେ ଗ୍ରାହକଙ୍କୁ କ୍ଷତିପୂରଣ ଦେବାକୁ ପଡିବ। ବିଦ୍ୟୁତ୍ କମ୍ପାନୀକୁ ବିଦ୍ୟୁତ୍ କାଟିବା ପୂର୍ବରୁ ଗ୍ରାହକଙ୍କୁ ଏହା ଜଣାଇବାକୁ ପଡିବ | ଧାର୍ଯ୍ୟ ସମୟ ସୀମାଠାରୁ ବିଦ୍ୟୁତ୍ କାଟ ହୋଇଥିଲେ ମଧ୍ୟ କ୍ଷତିପୂରଣ ପ୍ରଦାନ ପାଇଁ ଏକ ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe