ଆପ୍ ସରକାର ଗଠନ କଲେ ୩୦୦ ୟୁନିଟ ମାଗଣା ବିଦ୍ୟୁତ ସହ ଛାଡ ହେବ ବକେୟା ବିଜୁଳି ବିଲ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ

କେନ୍ଦ୍ର କରିବ ୧୪୦୦ କୋଟିର ‘ଏନର୍ଜି କରିଡର’

My Sambalpur

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଆମ ଆଦମୀ ପାର୍ଟିର ସରକାର ଗଠନ ହେଲେ ସମସ୍ତ ଘରୋଇ ବିଦ୍ୟୁତ ଉପଭୋକ୍ତାଙ୍କୁ ୩୦୦ ୟୁନିଟ୍ ବିଦ୍ୟୁତ୍ ମାଗଣାରେ ଯୋଗାଇବା ସହ ୩୮ ଲକ୍ଷ ପରିବାରର ବକେୟା ବିଦ୍ୟୁତ୍ ବିଲ୍ ଛାଡ କରିବାକୁ ଆପ ଘୋଷଣା କରିଛି | ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗୁରୁବାର ଲଖନଉରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଉତ୍ତରପ୍ରଦେଶରେ କ୍ଷମତାକୁ ଆସିଲେ ଆମ୍ ଆଦମୀ ପାର୍ଟି ସରକାର ରାଜ୍ୟର ସମସ୍ତ ଘରୋଇ ଉପଭୋକ୍ତାଙ୍କୁ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍ ଯୋଗାଇ ଦେବେ।

ଏହା ବ୍ୟତୀତ ସରକାର ଚାଷୀଙ୍କୁ ମାଗଣାରେ ବିଦ୍ୟୁତ୍ ଯୋଗାଇ ଦେବେ। ମନୀଷ ସିସୋଦିଆ ଏହା ମଧ୍ୟ ଘୋଷଣା କରିଛନ୍ତି ଯେ ଯଦି ଆମ୍ ଆଦମୀ ପାର୍ଟି ସରକାର ଗଠନ ହୁଏ, ତେବେ ରାଜ୍ୟର ୩୮ ଲକ୍ଷ ପରିବାରର ବକେୟା ବିଲକୁ ଛାଡ କରାଯିବ ଓ ରାଜ୍ୟରେ ୨୪ ଘଣ୍ଟା ବିଦ୍ୟୁତ୍ ଯୋଗାଣ କରାଯିବ। ସେ ଅଭିଯୋଗ କରିଛନ୍ତି ଯେ ଉତ୍ତରପ୍ରଦେଶରେ ସରକାର ବିଦ୍ୟୁତ୍ ଏତେ ମହଙ୍ଗା କରିଛନ୍ତି ଯେ ବିଦ୍ୟୁତ୍ ବିଲ୍ ପଇଠ କରିବା କଷ୍ଟକର ହୋଇପଡିଛି।

यूपी में सरकार बनी तो हर घर को 300 यूनिट बिजली मुफ्त देगी आम आदमी पार्टी Photo-Live hindustan

ସେ ଦାବି କରିଛନ୍ତି ଯେ ଉତ୍ତରପ୍ରଦେଶରେ ଶହ ଶହ ମାମଲା ରହିଛି ଯେଉଁଠାରେ ସାଧାରଣ ଲୋକ ମହଙ୍ଗା ବିଦ୍ୟୁତ୍ ବିଲ୍ ଦେଖିବା ପରେ ଆତ୍ମହତ୍ୟା କରିଥିଲେ । ସେହିପରି ସାମ୍ବାଦିକ ସମ୍ମିଳନୀରେ ଆମ୍ ଆଦମୀ ପାର୍ଟିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ବୋଲି ପଚରାଯିବାରୁ ସିସୋଦିଆ କହିଛନ୍ତି ଯେ ସମୟ ଆସିଲେ ଦଳ ଏହା ଉପରେ ନିଷ୍ପତ୍ତି ନେବ। ସେ କହିଛନ୍ତି ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱରେ ଦଳ ନିର୍ବାଚନ ଲଢ଼ିବ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe