ପ୍ରାଥମିକ ସ୍କୁଲ୍‌ ପ୍ରଥମେ ଖୋଲିବା ଉଚିତ୍‌ : ଆଇସିଏମ୍‌ଆର ମୁଖ୍ୟ

Advertisment
ସମୟସୀମା ମଧ୍ୟରେ ସ୍କୁଲ, କଲେଜକୁ ଜମିପଟ୍ଟା ମିଳିବ

Tribune India

ନୂଆଦିଲ୍ଲୀ: ଦେଶରେ ସ୍କୁଲ୍‌ ଖୋଲିବା ନିଷ୍ପତ୍ତିକୁ ଆଇସିଏମ୍ଆର ଡିଜି ଡାକ୍ତର ବଳରାମ ଭାର୍ଗବ ସମର୍ଥନ କରିଛନ୍ତି। ସେ କହିଛନ୍ତି, ଅନେକ ସ୍କାଣ୍ଡିନେୟୀୟ ରାଷ୍ଟ୍ର କରୋନାର ବିଭିନ୍ନ ଲହରରେ ସେମାନଙ୍କ ସ୍କୁଲ୍‌ ବନ୍ଦ କରିନାହାନ୍ତି। ତେଣୁ ଭାରତ ଯଦି ସ୍କୁଲ୍‌ ଖୋଲିବାପାଇଁ ନିଷ୍ପତ୍ତି ନେଉଛି ତେବେ ମାଧ୍ୟମିକ ସ୍କୁଲ୍‌ ପରିବର୍ତ୍ତେ ପ୍ରଥମେ ପ୍ରାଥମିକ ସ୍କୁଲ ଖୋଲିବା ଉଚିତ୍‌। କିନ୍ତୁ ଏହା ପୂର୍ବରୁ ସମସ୍ତ କର୍ମଚାରୀ ତଥା ସ୍କୁଲ୍‌ ବସ ଡ୍ରାଇଭର୍‌, ଶିକ୍ଷକ ଏବଂ ସ୍କୁଲ୍‌ର ଅନ୍ୟ କର୍ମଚାରୀ ସମ୍ପୂର୍ଣ୍ଣ ଟିକା ନେବା ଆବଶ୍ୟକ ବୋଲି ଭାର୍ଗବ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଭାର୍ଗବ କହିଛନ୍ତି, ପ୍ରଥମେ ପ୍ରାଥମିକ ସ୍କୁଲ୍‌ ଖୋଲିବା ଉଚିତ୍। ଏହାର କାରଣ ମଧ୍ୟ ସେ ଦର୍ଶାଇଛନ୍ତି। ସେ କହିଛନ୍ତି, ବୟସ୍କଙ୍କ ତୁଳନାରେ ଶିଶୁମାନେ କରୋନାକୁ ବେଶ୍‌ ଭଲଭାବେ ମୁକାବିଲା କରିପାରିବେ। ଉଲ୍ଲେଖଯୋଗ୍ୟ ଯେ, ନିକଟରେ ଏମ୍ସ ମୁଖ୍ୟ ରଣଦୀପ ଗୁଲେରିଆ ମଧ୍ୟ ସ୍କୁଲ ଖୋଲିବା ନିଷ୍ପତ୍ତିକୁ ସମର୍ଥନ କରିଥିଲେ। ସେ ମଧ୍ୟ ଟିକାକରଣ ଉପରେ ଗୁରୁତ୍ବ ‌ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe