ମା’ ହାତୀ ଓ ଛୁଆ ମିଶି ଭାଙ୍ଗିଦେଲେ ପୁଲିସ ଷ୍ଟେସନର ଦ୍ବାର

Advertisment
ମା’ ହାତୀ ଓ ଛୁଆ ମିଶି ଭାଙ୍ଗିଦେଲେ ପୁଲିସ ଷ୍ଟେସନର ଦ୍ବାର

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ କେରଳର ଏକ ପୁଲିସ ଷ୍ଟେସନରେ ହାତୀ ଓ ହାତୀ ଛୁଆ ପହଞ୍ଚି ଦ୍ବାର ଭାଙ୍ଗି ଦେଇଥିବା ଦେଖିବାକୁ ମିଳୁଛି। କେରଳର ପଲକ୍କଡ ଜିଲ୍ଲାର ପରମ୍ବିକୁଲମ ପୁଲିସ ଷ୍ଟେସନରେ ଏହି ଘଟଣା ଘଟିଥିଲା।

ଏହି ଘଟଣାର ଭିଡିଓରେ ହାତୀ ଏବଂ ତାର ଛୁଆ ପୁଲିସ ଷ୍ଟେସନରେ ଲାଗିଥିବା ଲୁହା ଗ୍ରିଲ ଦ୍ବାରକୁ ଭାଙ୍ଗି ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳୁଛି। ହାତୀ ଓ ତାର ଛୁଆର ଆକ୍ରମଣରେ ଲୁହା ଗ୍ରିଲ କ୍ଷତିଗ୍ରସ୍ତ ହୋଇଥିବା ନଜରକୁ ଆସିଛି।

ଏହି ଭିଡିଓକୁ କେରଳ ପୁଲିସ ଟ୍ୱିଟରରେ ପୋଷ୍ଟ କରି ମାଲାୟାଲମରେ କ୍ୟାପସନରେ ଲେଖିଛି ଯେ ପରମ୍ବିକୁଲମ ପୁଲିସ ଷ୍ଟେସନରେ ପହଞ୍ଚିବା ପରେ ମା ଏବଂ ଶିଶୁ କ’ଣ କରିଛନ୍ତି। ଏହା ଜାଣିବା ପାଇଁ ଭିଡିଓ ଦେଖନ୍ତୁ।

ଜାନୁଆରି ୨ ରେ ପୋଷ୍ଟ ହୋଇଥିବା ଏହି ଭିଡିଓକୁ ଏଯାବତ ୩୦୦୦ରୁ ଅଧିକ ଲୋକ ଦେଖି ସାରିଥିବା ବେଳେ ଅନେକ ଲୋକ ମଜାଳିଆ ପ୍ରତିକ୍ରିୟା ବି ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe