କୋଭାକ୍ସିନକୁ ୧୧ଟି ଦେଶ ଦେଇଛନ୍ତି ଅନୁମତି, ଜରୁରୀ ତାଲିକାଭୁକ୍ତ ପାଇଁ ଅଧିକ ତଥ୍ୟ ମାଗିଛି ହୁ

Advertisment
ଆମେରିକାରେ ଉପଲବ୍ଧ ହେବ କୋଭାକ୍ସିନ ଟିକା

Daily News

ନ୍ୟୁୟର୍କ/ଜେନେଭା: ଭାରତର ସ୍ବଦେଶୀ ଜ୍ଞାନକୌଶଳରେ ଭାରତ ବା‌ୟୋଟେକ୍‌ ପକ୍ଷରୁ ନିର୍ମିତ କରୋନା ଟିକା କୋଭାକ୍ସିନକୁ ବିଶ୍ବର ୧୧ଟି ଦେଶର ନିୟାମକ ସଂସ୍ଥା ଅନୁମତି ଦେଇସାରିଛନ୍ତି। ଏଥିସହିତ ଆଉ ୭ଟି ଦେଶର ୧୧ଟି କମ୍ପାନି ଉକ୍ତ ପ୍ରଯୁକ୍ତି ହସ୍ତାନ୍ତର ଏବଂ ଟିକା ଉତ୍ପାଦନ କରିବାକୁ ଆଗ୍ରହୀ ଅଛନ୍ତି ବୋଲି ସୂଚନା ମିଳିଛି। ଆମେରିକାର ଏଫଡିଏ ସହିତ ତୃତୀୟ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ଆରମ୍ଭ ପାଇଁ ଆଲୋଚନାକୁ କମ୍ପାନି ପ୍ରାୟତଃ ଚୂଡ଼ାନ୍ତ ପର୍ଯ୍ୟାୟକୁ ନେଇଛି। ଏଫଡିଏର ଅନୁମତି ମିଳିଲେ କମ୍ପାନି ଆମେରିକାରେ ଏହି ପରୀକ୍ଷଣ କରିବ।

ଅନ୍ୟପକ୍ଷରେ କୋଭାକ୍ସିନକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ଏହାର ଜରୁରୀ ବ୍ୟବହାର ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ କମ୍ପାନିକୁ ଅଧିକ ତଥ୍ୟ ମାଗିଛି। ମେ ୧୮ ତାରିଖରେ 'ହୁ'ର 'ଷ୍ଟାଟସ୍‌ ଅଫ୍ କୋଭିଡ-୧୯ ଭାକ୍ସିନ୍ସ ୱିଦିନ ହୁ ଇୟୁଏଲ୍‌/ପିକ୍ୟୁ ଇଭାଲୁଏସନ ପ୍ରୋସେସ୍‌' ଗାଇଡାନ୍ସ ଡକ୍ୟୁମେଣ୍ଟ୍‌ ଚଳିତମାସ କିମ୍ବା ଆସନ୍ତାମାସରେ ବୈଠକ ହେବା ସମ୍ଭାବନା ରହିଛି। ଭାରତ ବାୟୋଟେକ୍ ପକ୍ଷରୁ ଗତ ଏପ୍ରିଲ ୧୯ ତାରିଖରେ ଟିକାକୁ ଜରୁରୀ ତାଲିକାଭୁକ୍ତ ପାଇଁ ଆବେଦନ କରାଯାଇଥିବା ଗାଇଡାନ୍ସ ଡକ୍ୟୁମେଣ୍ଟରେ ଦର୍ଶାଯାଇଛି।ରେ ଏହା ଉଲ୍ଲେଖ ରହିଛି।
ଭାରତ ବାୟୋଟେକ ପକ୍ଷରୁ ସରକାରଙ୍କୁ କୁହାଯାଇଛି ଯେ କମ୍ପାନି ଏହାର ଟିକାକୁ 'ହୁ'ର ଜରୁରୀ ବ୍ୟବହାର ବର୍ଗରେ ତାଲିକାଭୁକ୍ତ କରିବା ପାଇଁ ୯୦ ପ୍ରତିଶତ ତଥ୍ୟ ଦାଖଲ କରିସାରିଛି। ଅବଶିଷ୍ଟ କାଗଜପତ୍ର ଜୁନ ସୁଦ୍ଧା ଦାଖଲ କରିବା ଆଶା ରହିଛି। ଜୁନ୍‌ରୁ ସେପ୍‌ଟେମ୍ବର ମଧ୍ୟରେ କମ୍ପାନି 'ହୁ'ର ଅନୁମତି ପାଇବା ନେଇ ଦୃଢ଼ ଆଶାବାଦୀ ରହିଛି। ପୂର୍ବରୁ ହୁ ସହିତ ହୋଇଥିବା ବୈଠକରେ କମ୍ପାନିର ଏମ୍‌ଡି ଭି କ୍ରିଷ୍ଣା ମୋହନ, ବୈଦଶିକ ସଚିବ ହର୍ଷ ବର୍ଦ୍ଧନ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe