ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ: ଯୋଗୀ ସରକାରରେ ୧୧ ମନ୍ତ୍ରୀ ପରାଜିତ

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ: ଯୋଗୀ ସରକାରରେ ୧୧ ମନ୍ତ୍ରୀ ପରାଜିତ

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ବିଜେପି ପୁଣିଥରେ ବିଜୟୀ ହୋଇଥିଲେ ମଧ୍ୟ ଯୋଗୀ ସରକାରଙ୍କ ୧୧ ଜଣ ମନ୍ତ୍ରୀ ପରାଜିତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ। ସେ ସିରାଥୁ ଆସନରେ ସପାର ପଲ୍ଲବି ପଟେଲଙ୍କଠାରୁ ୭,୩୩୭ ଭୋଟ୍‌ରେ ହାରିଛନ୍ତି। ମନ୍ତ୍ରୀ ସୁରେଶ ରାଣା ଶାମ୍‌ଲି ଜିଲ୍ଲାର ଥାନା ଭବନ ଆସନରୁ ଆରଏଲ୍‌ଡିର ଆସରଫ ଅଲି ଖାନ୍‌ଙ୍କଠାରୁ ୧୦ ହଜାରରୁ ଅଧିକ ଭୋଟ୍‌ରେ ହାରିଛନ୍ତି। ବ‌ରେଲି ଜିଲ୍ଲାର ବାହେରି ଆସନରେ ଛତ୍ରପାଲ୍‌ ସିଂହ ଗଙ୍ଗୱର ସପାର ଅତୌର ରେହମାନଙ୍କଠାରୁ ହାରିଛନ୍ତି। ଗ୍ରାମୀଣ ବିକାଶ ମନ୍ତ୍ରୀ ରାଜେନ୍ଦ୍ର ପ୍ରତାପ ସିଂହ ଓରଫ୍‌ ମୋତି ସିଂହ ପ୍ରତାପଗଡ଼ର ପଟ୍ଟି ଆସନରୁ ସପାର ରାମ ସିଂହଙ୍କଠାରୁ ୨୨,୦୫୧ ଭୋଟ୍‌ରେ ହାରିଛନ୍ତି। ମନ୍ତ୍ରୀ ଚନ୍ଦ୍ରିକା ପ୍ରସାଦ ଉପାଧ୍ୟାୟ ସପାର ଅନିଲ କୁମାରଙ୍କଠାରୁ ଚିତ୍ରକୁଟ ଆସନରେ ହାରିଯାଇଛନ୍ତି। ଆନନ୍ଦ ସ୍ବରୂପ ଶୁକ୍ଳା ବାଲ୍ଲିଆ ଜିଲ୍ଲାର ବରିୟା ଆସନରୁ ସପାର ଜୟପ୍ରକାଶ ଆଞ୍ଚଲଙ୍କଠାରୁ ୧୨,୯୫୧ ଭୋଟ୍‌ରେ ହାରିଛନ୍ତି। ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ଉପେନ୍ଦ୍ର ତିୱାରୀ ବାଲ୍ଲିଆର ଫେପନା ଆସନରୁ ସପାର ସଂଗ୍ରାମ ସିଂହଙ୍କଠାରୁ ୧୯,୩୫୪ ଭୋଟ୍‌ରେ ହାରି ଯାଇଛନ୍ତି।

ସେହିଭଳି ରଣବେନ୍ଦ୍ର ସିଂହ ଧୁନ୍ନି ସପାର ଉଷା ମୌର୍ଯ୍ୟଙ୍କଠାରୁ ଫତେପୁର ଜିଲ୍ଲାର ହୁସେନ ଗଞ୍ଜ ଆସନରୁ, ଲଖନ ସିଂହ ରାଜପୁତ ଔରେୟା ଜିଲ୍ଲାର ଦିବିୟାପୁର ଆସନରେ ସପାର ପ୍ରଦୀପ କୁମାର ଯାଦବଙ୍କଠାରୁ ୪୭୩ ଭୋଟ୍‌ରେ ହାରିଛନ୍ତି। ରାଜ୍ୟର ମୌଳିକ ଶିକ୍ଷା ମନ୍ତ୍ରୀ ସତୀଶ ଚନ୍ଦ୍ର ଦ୍ବିବେଦୀ ସପା ପ୍ରାର୍ଥୀ ଏବଂ ପୂର୍ବତନ ବାଚସ୍ପତି ମାତା ପ୍ରସାଦ ପାଣ୍ଡେଙ୍କଠାରୁ ଇଟୱା ଆସନରୁ ହାରିଛନ୍ତି । ମନ୍ତ୍ରୀ ସଂଗୀତା ବଲୱନ୍ତ ସପାର ଜୟ କିଶାନଙ୍କଠାରୁ ଗାଜିପୁର ଆସନରୁ ୧୬୯୨ ଭୋଟ୍‌ରେ ହାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe